ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିପୁଣ ଓଡିଶା ସପ୍ତାହ ପାଳିତ ହୋଇଯାଇଛି । ପ୍ରଥମ ଦିବସରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର କୁମାର ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିପୁଣ ଓଡିଶା ସପ୍ତାହ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ପ୍ରଧାନ ଶିକ୍ଷକ ହାରାଧନ ବେରିଆ ନିପୁଣ ସପ୍ତାହର କାର୍ଯ୍ୟକ୍ରମ ଗୁଡିକର ରୂପରେଖ ବର୍ଣ୍ଣନା କରିଥିଲେ । ଶିକ୍ଷକ ଦିବାକର ବଢ଼େଇ ଛାତ୍ରଛାତ୍ରୀଙ୍କୁ ମୌଳିକ ସଂଖ୍ୟାଜ୍ଞାନକୁ ବିଭିନ୍ନ ଖେଳ ମାଧ୍ୟମରେ ଶିକ୍ଷାଦାନ ଦେଇଥିଲେ । ଶିକ୍ଷୟିତ୍ରୀ ମାନସୀ ନାଗ, ଲଳିତା ଭୁଏ, ବର୍ଷାରାଣୀ ମଲ୍ଲିକ, ଶିକ୍ଷକ ସଞ୍ଜୟ ଭୋଇ, ବିକାଶ ଭରାସାଗର, ଦିନେଶ ନାଏକ, ପ୍ରଶାନ୍ତଜ୍ୟୋତି ପ୍ରଧାନ ସହଯୋଗ କରିଥିଲେ ।