csstore

ବ୍ଲକ ସ୍ତରୀୟ ଖେଳକୁଦ ସମାରୋହ ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଲମପୁର ମିନି ଷ୍ଟାଡିୟମରେ ବ୍ଲକ ସ୍ତରୀୟ ଖେଳକୁଦ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଦୁର୍ଗାମାଧବ ଉଚ୍ଚ ବିଦ୍ୟାଳୟର ପରିଚାଳନା ସମିତି ସଭାପତି ତଥା ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଧୁସ୍ମିତା ନାଏକ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ପତାକା ଉତ୍ତୋଳନ କରି ଏହି ସମାରୋହର ଶୁଭ ଉଦ୍‌ଘାଟନ କରିଥିଲେ । କଲମପୁର ଦୁର୍ଗା ମାଧବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶ୍ୱୀନ କୁମାର ମୁଣ୍ଡ ଏବଂ ବିଜମରା ପିଏମ୍‌ଶ୍ରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଖଗେଶ୍ୱର ମାଝୀ ସମ୍ମାନୀତ ଅତିଥୀ ଭାବେ ଯୋଗ ଦେଇଥିଲେ । ଅତିଥୀମାନେ ଉପସ୍ଥିତ ପ୍ରତିଯୋଗୀମାନଙ୍କୁ ପ୍ରତିଯୋଗୀ ମନୋଭାବ ନେଇ ନିଜ ନିଜ ଖେଳ ପ୍ରଦର୍ଶନ କରିବା ସହ ଜିଲ୍ଲା ତଥା ରାଜ୍ୟ ସ୍ତରରେ ସଫଳ ହେବାପାଇଁ ଆହ୍ୱାନ ଦେଇଥିଲେ । ବରିଷ୍ଠ ଖେଳ ଶିକ୍ଷକ ବିକାଶ କୁମାର ପଣ୍ଡା ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ଶିକ୍ଷକ ପ୍ରେମ ସାଗର ମେହେର ମଞ୍ଚ ପରିଚାଳନା କରିଥିଲେ । ବରିଷ୍ଠ ଖେଳ ଶିକ୍ଷକ ବାସୁଦେବ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାରୋହରେ ବ୍ଲକ ଅନ୍ତର୍ଗତ ୧୨ଟି ଉଚ୍ଚ ଵିଦ୍ୟାଳୟର ୧୭ ବର୍ଷରୁ କମ ୧୬୫ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ସେଭଳି ୯ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୮୩ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଅନୁଷ୍ଠିତ ଏହି ଖେଳକୁଦ ସମାରୋହରେ ଖୋଖୋ, କବାଡି ଏବଂ ଫୁଟବଲରେ ଭଲ ପ୍ରଦର୍ଶନ କରି ଚୟନ ହୋଇଥିବା କୃତୀ ପ୍ରତିଯୋଗୀମାନେ ଆଗାମୀ ଦିନରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ଖେଳକୁଦ ସମାରୋହରେ ଯୋଗଦେବେ ।ଖେଳ ଶିକ୍ଷକ ବିକାଶ କୁମାର ପଣ୍ଡା, ବାସୁଦେବ ବେହେରା, ସୁଜିତ ମୁଣ୍ଡ, ଦୁଷ୍ମନ୍ତ ସାହୁ, ପଦ୍ମଲୋଚନ ମହନ୍ତ, ଗୌରୀମଣୀ ମହନ୍ତ ପ୍ରମୁଖ ଖେଳ ପରିଚାଳନା କରିଥିଲେ । ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.