ମୁରିବାହାଲ ପଞ୍ଚାୟତ ସମିତି ଡ଼ିଗ୍ରୀ କଲେଜରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ ଆନୁକୂଲ୍ୟରେ “ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ” ଶନିବାର ପାଳିତ ହୋଇଯାଇଛି । ଏହି ଦିନର ବିଷୟବସ୍ତୁ ଥିଲା ପ୍ରାଥମିକ ଚିକିତ୍ସା ଓ ଜଳବାୟୁ ପରିବର୍ତ୍ତନ।ମହାବିଦ୍ୟାଳୟର ଯୁବ ରେଡକ୍ରସ କାଉନସିଲର ତଥା ଓଡ଼ିଆ ଅଧ୍ୟାପକ ଘନଶ୍ୟାମ ଖମାରୀଙ୍କ ସଂଯୋଜନା ଓ ଅଧ୍ୟକ୍ଷ ସରୋଜ କୁମାର ନାୟକ ସଭାପତିତ୍ୱରେ ଏହି ଦିବସ ପାଳିତ ହୋଇଥିଲା । ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଉପରେ ଅଧ୍ୟାପକ ଦିଲୀପ କୁମାର ପଶାୟତ, ଛନ୍ଦାଚରଣ ଖୁଣ୍ଟିଆ, ପ୍ରେମଚାନ୍ଦ ତାଣ୍ଡି, ପଙ୍କଜ ସାହୁ ପ୍ରମୁଖ ନିଜ ମତବ୍ୟକ୍ତ କରିଥିଲେ । ଅତିଥିମାନେ ସମସ୍ତଙ୍କର ପ୍ରାଥମିକ ଚିକିତ୍ସା ସମ୍ପର୍କିତ ଧାରଣା ରହିବା ଅତି ଜରୁରୀ ତଥା ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ । ଏଥିରେ ଅନେକ ଛାତ୍ରଛାତ୍ରୀ ମଧ୍ୟ ଅଂଶଗ୍ରହଣ କରି ସ୍ୱମତବ୍ୟକ୍ତ କରିଥିଲେ । ଅଧ୍ୟାପିକା ମୀରାବାଇ ଗଡତ୍ୟା, ଶୈଳିକା ନାଏକ, ସରିତା ରଣା, ବାବୁଲା ନାଏକ, ପର୍ଶୁରାମ ବାଗ, ବାସୁଦେବ ଦଳାଇ ସହଯୋଗ କରିଥିବା ବେଳେ ଅଧ୍ୟାପକ ଭ୍ରୀଙ୍ଗରାଜ ରଣା ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.