ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳ ବିଜେଡ଼ି ଗଡ଼ ଭାବେ ପରିଗଣିତ ହୋଇଆସିଥିବା ବେଳେ ଧୀରେ ଧୀରେ ଏହି ଅଞ୍ଚଳରେ ବିଜେଡ଼ି ଗଡ଼ ଧସିବାରେ ଲାଗିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ଆସିଥିବା ବିଜେପି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟଙ୍କ ନେତୃତ୍ତ୍ଵରେ ବିଜେପି ଦଳ ମଜବୁତ୍ ହେବାରେ ଲାଗିଛି । ନିକଟରେ ଚିକିଟି ବ୍ଲକ କୋଟିଲିଙ୍ଗି ପଞ୍ଚାୟତର ବୃନ୍ଦାବନଚନ୍ଦ୍ରପୁର ଗ୍ରାମର ଜି. ସୋମା,ଏମ୍. ଲାଛମେୟା ଜି. ବାଲା, ଜି. ଦୁର୍ଯ୍ୟୋଧନ, ଏମ୍. ପୁରୁଷୋତ୍ତମ, ପଞ୍ଚାନନ ମହାରଣା ପ୍ରମୁଖ ବିଜେଡି କର୍ମୀମାନେ ବିଜେଡ଼ି ଛାଡି ବିଜେପିରେ ଯୋଗଦାନ କରିଛନ୍ତି । ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟଙ୍କ ନେତ୍ତୃତ୍ଵରେ ଉକ୍ତ ନେତା ଓ କର୍ମୀ ବିଜେପିରେ ସାମିଲ୍ ହୋଇ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧି ବିଧାୟକଙ୍କ ସାଙ୍ଗରେ ଫଟୋ ଉତ୍ତୋଳନ କରିବା ବିଜେପି ଦଳକୁ ମଜବୁତ୍ କରିବା ଏକ ନିଆରା ଚର୍ଚ୍ଚା ଜୋର ଧରିଛି ।