csstore

ସତ୍ୟ ପ୍ରଜ୍ଞାନନ୍ଦ ସରସ୍ୱତୀ ମହାରାଜଙ୍କ ୭୦ତମ ଜନ୍ମ ବାର୍ଷିକ ଉତ୍ସବ

ଜୟପାଟଣା, (ଶେଷଦେବ ବେହେରା) : ଏକ ଭବ୍ୟ ସମାବେଶ ମଧ୍ୟରେ ନିର୍ବିକଳ୍ପ ନିକେତନ ଆଶ୍ରମ, କପୂରମାଲ -ଜୟପାଟଣା ଠାରେ ସଦଗୁରୁଦେବ ପରମହଂସ ସ୍ୱାମୀ ସତ୍ୟ ପ୍ରଜ୍ଞାନନ୍ଦ ସରସ୍ବତୀ ଜୀ ମହାରାଜଙ୍କ ୭୦ତମ ଜନ୍ମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବହୁସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଉପସ୍ଥିତ ରହି ସଦଗୁରୁଦେବଙ୍କୁ ଗୁରୁ ବନ୍ଦନା କରିଥିଲେ । ଭଜନ, କୀର୍ତ୍ତନ, ଶଙ୍ଖ ଧ୍ୱନି, ହୁଳହୁଳି ଧ୍ୱନିରେ ଆଶ୍ରମ ମୁଖରିତ ହୋଇ ଉଠିଥିଲା । ଆଶ୍ରମ ପରିଚାଳକ ତଥା ଜୟପାଟଣା ବିଶ୍ୱାତ୍ମା ଚେତନା ପରିଷଦ ସଭାପତି ସ୍ୱାମୀ ନିତ୍ୟ ମୁକ୍ତାନନ୍ଦ ଜୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୭୦ତମ ଜନ୍ମ ବାର୍ଷିକ ଉତ୍ସବର ସମସ୍ତ କାର୍ୟ୍ୟକ୍ରମ ସୁପରିଚାଳିତ ହୋଇଥିବା ବେଳେ ପରମ ଭକ୍ତ ରଜନୀକାନ୍ତ ଠାକୁର, ଅମ୍ବିକା ପ୍ରସାଦ ବେହେରା, ପ୍ରମିଲ ପଣ୍ଡା, ଜଗଦିଶ ପଣ୍ଡା, ମହାବୀର ପ୍ରସାଦ ଅଗ୍ରୱାଲ, ସତ୍ୟନାରାୟଣ ଅଗ୍ରୱାଲ, ଭାସ୍କର ପ୍ରସାଦ ବେହେରା, ବେଣୁଧର ମୁଣ୍ଡ, ଗୌରଚନ୍ଦ୍ର ପଣ୍ଡା, ତ୍ରୈଲୋକ୍ୟ ପଣ୍ଡା, ଘନଶ୍ୟାମ ପ୍ରଧାନୀଙ୍କ ସମେତ ବହୁ ସଂଖ୍ୟାରେ ଧର୍ମ ପରାୟଣା ମହିଳାମାନେ ଯୋଗଦେଇ ଗୁରୁ ଆଶୀର୍ବାଦ ଲାଭ କରିଥିଲେ ।

jayashree
Leave A Reply

Your email address will not be published.