ଓଡ଼ିଶାର ନୂଆପଡା ଜିଲ୍ଲାରେ ଅପରେସନ ପ୍ରହାରକୁ ବିପୁଳ ସଫଳତା

  • ୬ ଜଣ ମହିଳାଙ୍କ ସମେତ ୧୧ ଜଣ ଗଂଜେଇ ଚୋରାଚାଲାଣକାରୀ ଗିରଫ

ନୂଆପଡ଼ା : ଫିଲ୍ମ ଷ୍ଟାଇଲରେ ହେଉଥିଲା ଗଂଜେଇ ଚାଲାଣ । ମାଡି ବସିଲା ନୂଆପଡ଼ା ପୋଲିସ । ‘ଅପରେସନ ପ୍ରହାର’ ଜରିଆରେ ଗଞ୍ଜେଇ ଚୋରା ଚାଲାଣ ରୋକିବାର ପ୍ରୟାସ । ଓଡିଶା ପୋଲିସ ମହା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ଅପରେସନ ପ୍ରହାର କାର୍ଯ୍ୟ କରୁଛି । ନୂଆପଡ଼ା ଜିଲ୍ଲା ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ନୂଆପଡ଼ା ସହରର ନୂତନ ବସ୍‌ଷ୍ଟାଣ୍ଡ୍ ନିକଟରୁ ବିପୁଳ ମାତ୍ରାରେ ଗଞ୍ଜେଇ ଜବତ କରିଛି ପୋଲିସ । କେସ୍‌ ନମ୍ବର ୨୧୪/୨୦୨୫ରେ ୧୦ କେଜି ଗଂଜେଇ ସହ ୨ଜଣକୁ ଗିରଫ କରିଥିବା ବେଳେ, କେସ୍‌ ନମ୍ବର ୨୧୫/୨୦୨୫ରେ ୫୨ କେଜି ଗଂଜେଇ ସହ ୧୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ମଧ୍ୟରୁ ୧୦ ଜଣ ମଧ୍ୟପ୍ରଦେଶର ଭୋପାଳ ଏବଂ ବିଦିଶା ଜିଲ୍ଲାର ରହିଥିବାବେଳେ, ଜଣେ ନୂଆପଡ଼ା ଜିଲ୍ଲା କୋମନା ଅଞ୍ଚଳର ବୋଲି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ନୂଆପଡ଼ା ଆରକ୍ଷୀ ଅଧୀକ୍ଷକ ଅମ୍ରିତ ପାଲ ସିଂ । ୧୧ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣ ମହିଳା ଅଛନ୍ତି । ତାଙ୍କର ନିକଟରୁ ପ୍ରାୟ ୫୨ କିଲୋଗ୍ରାମ୍ ଗଞ୍ଜେଇ ଏବଂ ଗୋଟିଏ ମୋବାଇଲ୍ ଫୋନ୍ ଜବତ ହୋଇଛି । ଦୁଇ ଗୋଟି ପୃଥକ ପୃଥକ ଭାବେ ମାମଲା ରୁଜୁ କରି ଗାଞ୍ଜଇ ରାକେଟକୁ ଧରିଥିବା ନୂଆପଡ଼ା ଆରକ୍ଷୀ ଅଧୀକ୍ଷକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.