ଏମ୍‌ଏସ୍‌ଏମ୍‌ଇର ଜାତୀୟ କର୍ମଶାଳା

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶାର ଏମ୍‌ଏସ୍‌ଏମ୍‌ଇ ରପ୍ତାନିକୁ ବୃଦ୍ଧି କରିବାକୁ ଜାତୀୟ କର୍ମଶାଳାରେ ମନ୍ଥନ ଭାରତ ସରକାରଙ୍କ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟ ଏବଂ ଓଡିଶା ସରକାରଙ୍କ ଜିଲ୍ଲା ଉଦ୍ୟୋଗ କେନ୍ଦ୍ର, ରାଉରକେଲାର ମିଳିତ ବ୍ୟବସ୍ଥାରେ “Boosting Exports from MSME Landscape in Odisha” ବିଷୟରେ ଏକ ଜାତୀୟ କର୍ମଶାଳା ଆଜି ହୋଟେଲ ପହାଡ଼ି, ରାଉରକେଲାରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା, ଓଡିଶାର ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ଗୁଡ଼ିକୁ ରପ୍ତାନି କ୍ଷେତ୍ରରେ ନୂତନ ସୁଯୋଗ ଦେବା ଓ ଉଦ୍ୟୋଗୀମାନଙ୍କୁ ଆନ୍ତର୍ଜାତୀୟ ବ୍ୟବସାୟ ସହିତ ସଂଯୁକ୍ତ କରିବା । କର୍ମଶାଳାରେ ମହିଳା ଉଦ୍ୟୋଗୀ ଓ ସ୍ୱୟଂ ସହାୟକ ଗୋଷ୍ଠୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ବିଶେଷଜ୍ଞମାନେ ରପ୍ତାନି ବୃଦ୍ଧି ପାଇଁ ଆବଶ୍ୟକ ନୀତି, ପ୍ରୋତ୍ସାହନ ଯୋଜନା ଏବଂ ବିଶ୍ୱ ବଜାରର ଚାହିଦା ବିଷୟରେ ବିସ୍ତୃତ ତଥ୍ୟ ଆଲୋଚନା କରିଥିଲେ । ବକ୍ତାମାନେ କହିଲେ ଯେ, ଓଡିଶାର ଉତ୍ପାଦନଗୁଡ଼ିକର ଗୁଣବତ୍ତା ଓ ବିବିଧତା ବିଶ୍ୱସ୍ତରରେ ପ୍ରତିସ୍ପର୍ଦ୍ଧା କରିବାକୁ ସକ୍ଷମ । ସଠିକ ନିର୍ଦ୍ଦେଶନା ଓ ପ୍ରଶିକ୍ଷଣ ମିଳିଲେ, ଓଡିଶାର ଏମ୍‌ଏସ୍‌ଏମ୍‌ଇମାନେ ରପ୍ତାନି କ୍ଷେତ୍ରରେ ବଡ଼ ସଫଳତା ହାସଲ କରିପାରିବେ । ବିଶେଷକରି ମହିଳା ଉଦ୍ୟୋଗୀମାନଙ୍କ ଉପସ୍ଥିତି ଉଲ୍ଲେଖନୀୟ ରହିଥିଲା । ସେମାନେ ରପ୍ତାନି ସମ୍ଭାବନା ସମ୍ବନ୍ଧରେ ଅସାଧାରଣ ଉତ୍ସାହ ଓ ସଙ୍କଳ୍ପ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବକ୍ତା ଭାବେ ଅତିରିକ୍ତ ଜିଲ୍ଲାପାଳ ସୁଶ୍ରୀ ଦୀନା ଦସ୍ତାଗିର, ଡ଼. ଏସ୍. କେ. ସାହୁ, ମଳୟ ମଣ୍ଡଳ, ରଜତ ପଟ୍ଟନାୟକ, ଆଲୋକ ଏମ୍ ଲୋସଲକା, ପ୍ରଦୋଷ ମିଶ୍ର, ଦେବବ୍ରତ ସ୍ୱାଇଁ, ଜଗତ ଜ୍ୟୋତି ପ୍ରିୟଦର୍ଶିନୀ, ଡି କେ ନାୟକ, ଶୁଭେନ୍ଦୁ କୁମାର ପତି, ସ୍ମୃତି ରଞ୍ଜନ ରାଉତ, ଇଣ୍ଡିଆନ୍ ଚେମ୍ବର ଅଫ କମର୍ସ ଫର୍ ଏସ୍‌ସି ଏସ୍‌ଟି ଏଣ୍ଡ ମହିଳା ଉଦ୍ୟୋଗୀ ମାନଙ୍କ ଜାତୀୟ ମହାସଚିବ ହେମା ଏକ୍କା ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.