ରାଉରକେଲା, (ସସ୍ମିତା ପ୍ରଧାନ) : ଅଟଳ ଟିକେରିଙ୍ଗ ଲାବ ଆନୁକୂଲ୍ୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୌଦ୍ଧିକତା ବିକାଶ ପାଇଁ ସେକ୍ଟର ୫ ସ୍ଥିତ ଶ୍ରୀଅରବିନ୍ଦ ରାଉରକେଲା ସ୍କୁଲ ଠାରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷା ମମତା ନାୟକଙ୍କ ଅଧ୍ୟକ୍ଷତା ଓ ଭୁବନେଶ୍ୱର ସ୍ଥିତ ଏଆଇସି ନାଳନ୍ଦାର ସଂଯୋଜକ ଶେଷଦେବ ନାୟକ ଓ ପ୍ରବନ୍ଧକ ସତ୍ୟସ୍ୱରୂପ ପଣ୍ଡାଙ୍କ ନିର୍ଦ୍ଦେଶନାରେ ସୁନ୍ଦରଗଡ ଜିଲ୍ଲାରୁ ୫ଟି ବିଦ୍ୟାଳୟରୁ ୪୮ ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ । ଏହି କର୍ମଶାଳାରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କ ସୃଜନଶୀଳତା, ଥ୍ରୀଡି ଡିଜାଇନ ଏବଂ ପ୍ରିଣ୍ଟିଂ ତଥା ଇଣ୍ଟରନେଟର ଉପଯୋଗିତା ସମ୍ପର୍କରେ ଶିକ୍ଷା ପ୍ରଦାନ କରାଯାଇଥିଲା । ଏହି କର୍ମଶାଳାରେ ସୁନ୍ଦରଗଡର ପିଏମ୍ ଶ୍ରୀ ବି ଏସ ସରକାରୀ ଉଚ୍ଚ ବିଦ୍ୟାଳୟ, ଉଦିତନଗର ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ରାଜଗାଙ୍ଗପୁରର ନିର୍ମଳା ଇଂଲିଶ ସ୍କୁଲ, ରାଉରକେଲା ଟାଉନ୍ର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଓ ରାଜଗାଙ୍ଗପୁରର ଶ୍ରୀ ଅରବିନ୍ଦ ଇଣ୍ଟିକ୍ରେଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ ସେଣ୍ଟରର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ତପସ୍ୱିନୀ କର, ସୌମ୍ୟରଞ୍ଜନ ପାଣିଗ୍ରାହୀ, ଅମିତ ଜେନା, ଇପ୍ସିତା ସାହୁ, ଡି ଲଳିତା, ଜଗନ୍ନାଥ ବଡା, ପ୍ରିୟଙ୍କା ପ୍ରଧାନ, ଚନ୍ଦନ ଶତପଥୀ, ରୋହିତ କୁମାର ଦାସ, ରାଜୁକମାର ଶର୍ମା ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ । ଏହିଭଳି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ହୋଇପାରିବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ନାୟକ ଆଶା ପୋଷଣ କରିଛନ୍ତି ।