ଟିଟିଲାଗଡ଼ରେ ଝୁଲିପଡ଼ିଲେ ଝାଲ ମୁଢ଼ି ବିକାଳି, ସାଇଣ୍ଟିଫିକ ଟିମ୍‌ ସହ ପୋଲିସର ତନାଘନା ତଦନ୍ତ ଜାରି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ସକାଳୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଟିଟିଲାଗଡ଼ ଥାନା ପାଖ ଫୁଟ ଓଭର ବ୍ରିଜ ସିଡ଼ି ନିକଟରେ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବାପରେ ବଲାଙ୍ଗିରରୁ ସାଇଣ୍ଟିଫିକ ଟିମ ପହଞ୍ଚି ମୃତବ୍ୟକ୍ତିଙ୍କ ଆବଶ୍ୟକ ନମୂନା ସଂଗ୍ରହ କରିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ପାରିପାଶ୍ୱିର୍କ ପରିସ୍ଥିତି ଅନୁଧ୍ୟାନ କରିବା ପରେ ସବୁ ତଥ୍ୟ ଉଜାଗର ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ମୃତ ବ୍ୟକ୍ତି ଜଣକ ଆଇ ଲଭ୍‌ ଟିଟିଲାଗଡ଼ ପାର୍କ ନିକଟରେ ଝାଲ ମୁଢ଼ି ବିକ୍ରି କରୁଥିବା ଦୋକାନୀ ପପୁ ବୋଲି ଜଣାପଡିଛି । ତାଙ୍କ ସ୍ତ୍ରୀ ଓଭର ବ୍ରିଜ ତଳେ ପନିପରିବା ବିକ୍ରି କରୁଥିଲେ । ତେବେ କିଛି ଦିନ ହେବ ପାରିବାରିକ କଳହ ତଥା ଅଶାନ୍ତି ଲାଗି ରହିଥିବା ବେଳେ ପପୁ ମୁଁ ଜଲ୍‌ଦି ମରିବି ବୋଲି ନିଜ ପରିଚିତ ଲୋକଙ୍କୁ କହି ବୁଲୁଥିଲେ ବୋଲି ଶୁଣିବାକୁ ମିଳୁଛି । ଆଜି ପାହାନ୍ତିଆ ତିନିଟା ସମୟରେ ମଧ୍ୟ କିଛି ଲୋକଙ୍କୁ ମୁଁ ମରିବାକୁ ଯାଉଛି ବୋଲି କହିକି ଯାଇଥିବା କୁହାଯାଉଛି । ତେବେ ଏହି ଘଟଣା ପଛରେ ରହସ୍ୟ କଣ ରହିଛି ଏବଂ ଏହା ହତ୍ୟା ନା ଆତ୍ମହତ୍ୟା ପୋଲିସ ତଦନ୍ତ ପରେ ଜଣାପଡ଼ିବ ବୋଲି ଆଲୋଚନା ହେଉଛି ।

Leave A Reply

Your email address will not be published.