
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବନଖଣ୍ଡ ଓ କେନ୍ଦୁପତ୍ର ବନଖଣ୍ଡଙ୍କ ମିଳିତ ଆନୁକୂଲ୍ୟରେ ତଥା ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଲବାୟୁ ପରିବର୍ତ୍ତନ ବିଭାଗ, କେନ୍ଦୁପତ୍ର କଲ୍ୟାଣ ପାଣ୍ଠି ତରଫରୁ ସାମୟିକ କର୍ମଚାରୀ ତୋଳାଳୀ ଓ ବନ୍ଧେଇ ଶ୍ରମିକମାନଙ୍କୁ ତଥା ତାଙ୍କ ପରିବାର ବର୍ଗଙ୍କୁ ମୃତ୍ୟୁ କାଳୀନ ସହାୟତା ଓ ଆନୁତୋଷିକ ରାଶି ବଣ୍ଟନ କାର୍ଯ୍ୟକ୍ରମ ଚାରପାଲି କେନ୍ଦ୍ରିୟ ଗୋଦାମ ଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ରେଞ୍ଜର ବାଲ୍ମୀକି ଗହିରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୂଖ୍ୟ ଅତିଥି, ଡିଏଫ୍ଓ ବିଭୁତି ଭୂଷଣ ବେହେରା, ସିସିଏଫ ରଞ୍ଜିତ ମଲ୍ଳିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସାଂସଦ ଶ୍ରୀ ପୁରୋହିତ କାର୍ଯ୍ୟକ୍ରମ ଅନୁଷ୍ଠାନକ ଭାବେ ଉଦଘାଟନ କରିଥିଲେ । ଏଥିରେ ୨୪ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଗ୍ରାଚ୍ୟୁଟି ବାବଦକୁ ୧୮ ଲକ୍ଷ ୬୮ ହଜାର ୫ ଶହ ୩୦ ଟଙ୍କା ଓ ୭୮ ଜଣକୁ ମୃତ୍ୟୁକାଳିନୀ ସହାୟତା ରାଶି ୧ କୋଟି ୫୬ ଲକ୍ଷ ଟଙ୍କାର ଚେକ୍ ହିତାଧିକାରୀଙ୍କୁ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ରେଞ୍ଜର ଶ୍ରୀ ଗହିର ପରିଚାଳନା କରିଥିବା ବେଳେ ଅତିରିକ୍ତ ରେଞ୍ଜର ନିହାର ରଂଜନ ସୁତାର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ ।