ppurohit

ଫ୍ରେଣ୍ଡସ ବ୍ଲକ ଆନୁକୂଲ୍ୟରେ ନୂଆଁଖାଇ ଭେଟଘାଟ

2nd

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଭୁବନେଶ୍ଵରପୁର ଗ୍ରାମରେ ଫ୍ରେଣ୍ଡସ ବ୍ଲକ ଦ୍ୱାରା ଦୀର୍ଘ ଦୁଇ ଦିନ ଧରି ଗଣେଶ ପୂଜା ଓ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ବହୁ ଧୁମଧାମରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ନୂଆଁଖାଇ ଭେଟଘାଟ ଉପଲେକ୍ଷ ଅଞ୍ଚଳର ଲୋକମାନଙ୍କୁ ଉଚିତ ଦିଗଦର୍ଶନ ଦେବାପାଇଁ ଯମ ଦରବାର ନାଟକ ମାଧ୍ୟମରେ ଗ୍ରାମବାସୀଙ୍କୁ ହେଲମେଣ୍ଟ ବ୍ୟବହାର କରି ଗାଡି ଚଲେଇବା ଏବଂ ମଦ୍ୟ ପାନ ନ କରି ଗାଡି ଚଳାଇବା ପାଇଁ ସଚେତନ କରିଥିଲେ । ନୂଆଁଖାଇ ଭେଟଘାଟ ଉତ୍ସବରେ ମୁଖ୍ୟ ଅତିଥି ଭୁବନେଶ୍ଵରପୁର ଗ୍ରାମବାସୀ ବିଶିଷ୍ଟ ନିର୍ଦ୍ଦେଶକ ବିଶ୍ୱନାଥ ସେଠ, ପଞ୍ଚାୟତ ସମିତି ପଙ୍କଜ ସାହୁ, ସୁରେଶ ମେହେର, ଉପେନ୍ଦ୍ର ସାହୁ, ହୃଦାନନ୍ଦ ସାହୁ, କବିୟତ୍ରୀ ବାୟୁଶ୍ରୀ ବାଗ ଯୋଗଦେଇ ଏହି ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଭୁବନେଶ୍ଵରପୁର ଫ୍ରେଣ୍ଡସ କ୍ଲବର ସଦସ୍ୟ ଦେବାଶିଷ ସାହୁ, ଆଲୋକ ରଞ୍ଜନ ସାହୁ, ପ୍ରେମ କୁମାର ସାହୁ, ସୁରେନ୍ଦ୍ର ସାହୁ, ଗଜିନ ବାରିକ, ତୋଫାନ ସାହୁ, ପ୍ରିତିଶ ସାହୁ, କର୍ଣ ସାହୁ, କାର୍ତିକ ସାହୁ, ଦୁର୍ବାଦଳ ସାହୁ, ପ୍ରଶାନ୍ତ ସାହୁ, ସୁମିତ ସାହୁ, ନରେଶ ସାହୁ, ପ୍ରମୋଦ ସାହୁ, ପ୍ରମୁଖ ବହୁମାତ୍ରାରେ ସହଯୋଗ କରି ଅଞ୍ଚଳର ଲୋକମାନଙ୍କୁ ଭାତୃଭାବ ବଜାୟ ରଖିବାକୁ ସଂକଳ୍ପ କରି ଫ୍ରେଣ୍ଡସ କ୍ଲବର ସଭାପତି ବିକାଶ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.