csstore

୨୯ତମ ସର୍ବଭାରତୀୟ ଛିନ୍ଦେଇକେଲା କପ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଛିନ୍ଦେଇକେଲା ରାଇଜିଂ ଷ୍ଟାର କ୍ରିକେଟ କ୍ଲବ ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ଜତିନ ସାହୁଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ଚଳିତ ବର୍ଷ ଡିସେମ୍ବର ମାସରେ ସର୍ବଭାରତୀୟ ଛିନ୍ଦେଇକେଲା କପ ଅନୁଷ୍ଠିତ ହେବା ପାଇଁ ସ୍ଥିରୀକୃତ ହୋଇଥିଲା । ସର୍ବସମ୍ମତି କ୍ରମେ ଚଳିତ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଚଳିତ ବର୍ଷ ପାଇଁ ସଭାପତି ଜତିନ ସାହୁ, ଉପସଭାପତି ଆଦର୍ଶ ସାହୁ, ସମ୍ପାଦକ କାହ୍ନୁ ଚରଣ ସାହୁ ଏବଂ କୋଷାଧକ୍ଷ ଆକାଶ କୁମାର ସାହୁଙ୍କୁ ମନୋନୀତ କରାଯାଇଥିଲା । ସବୁ ବର୍ଷ ଭଳି ଚଳିତ ବର୍ଷ ଏବର୍ଷ ମଧ୍ୟ ୮ଟି ଟିମଙ୍କୁ ନେଇ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବା ପାଇଁ ସ୍ଥିରୀକୃତ ହୋଇଥିଲା । ସଭାରେ ରାଇଜିଂ ଷ୍ଟାର କ୍ରିକେଟ କ୍ଲବର ସମସ୍ତ ସଦସ୍ୟ ରୋହିତ ସାହୁ, ପ୍ରଶାନ୍ତ ସାହୁ, ସ୍ୱତନ୍ତ ସାହୁ, ପ୍ରମୋଦ ସାହୁ, ନିରାକାର ରଣା, ଚିନ୍ମୟ ଭୋଇ, ଟୁନା ସୁନା, ଅନିଲ ସାହୁ, ଆନନ୍ଦ ସାହୁ, ବିନନ୍ଦ ସାହୁ, ରାକେଶ ସାହୁ, ଆଶିଷ ସାହୁ, ଆକାଶ ସାହୁ, ସତ୍ୟ ସାହୁ, ଦୀପକ ସାହୁ, ବୁନିଲ ସାହୁ, ସୁପିନ ସାହୁ ଉପସ୍ଥିତ ଥିବା ବେଳେ ହେମସାଗର ସାହୁ ଧନ୍ୟବାଦ ଦେଇଛନ୍ତି ।

jayashree
Leave A Reply

Your email address will not be published.