csstore

ନୂଆଁଖାଇ ଉପଲକ୍ଷେ ମାଁ ମାହେଶ୍ୱରୀ ସେବା ପକ୍ଷରୁ ଖାଦ୍ୟ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶାର ଶିଘା ତିହାର ନ୍ରୂଆଁଖାଇ ଉପଲକ୍ଷେ ବିଗତ ବର୍ଷ ମାନଙ୍କ ପରି ଏବର୍ଷ ମଧ୍ୟ ଓଡିଶାର ଅଗ୍ରଣୀ ସମାଜସେବୀ ସଂଗଠନ ମାଁ ମାହେଶ୍ୱରୀ ସେନା ପକ୍ଷରୁ ବଲାଙ୍ଗିର ଜିଲ୍ଲାର ଭୀମଭୋଇ ମେଡିକାଲ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ମାଗଣନା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇରେ ସାରା ପଶ୍ଚିମ ଓଡିଶାର ସମମସ୍ତ ହୋଟେଲ, ଦୋକାନ ବଜାର, ବସ୍‌ସେବା ବନ୍ଦ ରହୁଥିବାରୁ ହସ୍ପିଟାଲରେ ଥିବା ରୋଗୀ ଏବଂ ତାଙ୍କର ପରିବାର ପରିଜନ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଉପରେ ବର୍ତ୍ତମାନ ପଶ୍ଚିମ ଓଡିଶାର ବଲାଙ୍ଗିର, ନୂଆପଡା, ସୋନପୁର, କଳାହାଣ୍ଡି, ବୌଦ୍ଧ, କନ୍ଧମାଳର କିଛି ଅଂଚଳ ନିର୍ଭରଶୀଳ ଏଣୁ ଏହାକୁ ଦୃଷ୍ଟିରେ ରଖି ମାଁ ମାହେଶ୍ୱରୀ ସେନା ପକ୍ଷରୁ ବଲାଙ୍ଗିର ଜିଲ୍ଲାର ଦୁଇ ମୁଖ୍ୟ ହସ୍ପିଟାଲ ଭୀମ ଭୋଇ ମେଡିକାଲ କଲେଜରେ ଓ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ମାଗଣା ଖାଦ୍ୟ ବଣ୍ଟନର ବ୍ୟବସ୍ଥା କରାଯାଇଥିଲା । ଏହି ଖାଦ୍ୟ ବଣ୍ଟନରେ ହସ୍ପିଟାଲରେ ଥିବା ତଥା ଆଖପାଖରେ ଥିବା ଅସହାୟ ତିନି ହଜାରରୁ ଅଧିକ ଲୋକଙ୍କ ଖାଦ୍ୟ ବଣ୍ଟନ କରାଯାଇଥିଲା । ସେବା ସହଯୋଗ ସମର୍ପଣ ମନୋଭାବକୁ ନେଇ ଆୟୋଜିତ ହୋଇଥିବା ଏହି ଅଭିନବ ପ୍ରୟାସ ଅଂଚଳବାସୀ ଏବଂ ବୁଦ୍ଧିଜିବୀ ମହଲରେ ପ୍ରଶଂସିତ ହୋଇଛି । ଆଗାମୀ ବର୍ଷ ଗୁଡିକରେ ସେବା ଅବ୍ୟାହତ ରହିଥିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି ।

jayashree
Leave A Reply

Your email address will not be published.