
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସିଏମ୍ କିଷାନ ୩ୟ କିସ୍ତି ଟଙ୍କା ବୁଧବାର ରବି ଫସଲ ପାଇଁ ଚାଷୀଙ୍କ ଖାତାକୁ ଯାଇଛି । ଡିବିଟି ଜରିଆରେ ଟଙ୍କା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଠାଇଛନ୍ତି । ଏହିକ୍ରମରେ ଗଞ୍ଜାମ ଜିଲ୍ଲାର ୩ ଲକ୍ଷ ୧୯ ହଜାର ୪୪୯ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିବିଟି ଜରିଆରେ ଏହି କିସ୍ତି ଟଙ୍କା ଯାଇଥିବା ସରକାରୀ ଭାବେ ସୂଚନା ଦିଆଯାଇଛି । ସେଥିମଧ୍ୟରେ ୩ଲକ୍ଷ ୧୩ ହଜାର ୩୫୧ଜଣ କ୍ଷୁଦ୍ର ନାମମାତ୍ର ଚାଷୀ ରହିଥିବାବେଳେ ୬ ହଜାର ୯୮ ଜଣ ଭୂମିହୀନ ଚାଷୀ ରହିଛନ୍ତି । ଏହି ପରିପ୍ରେକ୍ଷୀରେ ଛତ୍ରପୁରସ୍ଥିତ ଋଷିକୂଲ୍ୟା ସମ୍ମିଳନୀ ଗୃହରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ମୁଖମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସହ ଏଠାରେ ଉପସ୍ଥିତ ନେତ୍ତୃବର୍ଗ ମାନେ ଯୋଡ଼ି ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯୋଗଦେଇଥିଲେ । ସେ କହିଛନ୍ତି ଯେ, ଆଗାମୀ ୩ ବର୍ଷ ମଧ୍ୟରେ ଓଡ଼ିଶାକୁ କୃଷି ଭିତ୍ତିକ ରାଜ୍ୟ ପରିପ୍ରେକ୍ଷୀରେ କୃଷିଜାତ ପଦାର୍ଥ ଏକ୍ସପୋର୍ଟର ହବ୍ ଭାବେ ଗଢ଼ି ତୋଳିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।