ମଙ୍ଗଳବାର ଘଟିଥିବା ବଜ୍ରପାତରେ ନଣନ୍ଦ ଭାଉଜଙ୍କ ସମେତ ୩ ମହିଳାଙ୍କ ମୃତ୍ୟୁ

  • ଛତ୍ରପୁର ବିଧାୟକ ଗଭୀର ସମବେଦନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଟ୍ଟଲାମପୁର ଗ୍ରାମପଞ୍ଚାୟତର ସରଭୀମପୁର ଗ୍ରାମନିକଟରେ ଥିବା ଚାଷଜମିରେ ଧାନତଳି ରୁଆ ଚାଲିଥିବା ବେଳେ ହଠାତ୍‌ ବର୍ଷା ଓ ବଜ୍ରପାତ ଜନିତ ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ବଜ୍ରପାତରେ ସେଠାରେ କାମ କରୁଥିବା ମର୍ଦ୍ଦରାଜ ଗୌଡ଼ଙ୍କ ସ୍ତ୍ରୀ ପୁନି ଗୌଡ଼ (୫୧) ତାଙ୍କ ଭଉଣୀ ନିରୁପମା ଗୌଡ଼ (୪୬) ଟଳି ପଡ଼ିଥିଲେ । ଉଭୟଙ୍କୁ ବିପୁଳିଙ୍ଗି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କର ମୃତ ଘୋଷଣା କରିଥିଲେ । ଛତ୍ରପୁର ପୋଲିସ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ରାଜସ୍ୱ ବିଭାଗ ଆର୍‌.ଆଇ. ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା କୁହାଯାଏ । ସେହିପରି ଗଞ୍ଜାମ ବ୍ଲକ ରାଉଳିବନ୍ଧ ଗାଁରେ ଚାଷଜମିରେ ବଜ୍ରପାତ ହେବାରୁ ମିନି ଗୌଡ଼ (୪୭)ଙ୍କ ମୃତ୍ୟୁ ଘଟିଛି । ଗଞ୍ଜାମ ଥାନା ପୋଲିସ ଏବଂ ମଲାଡ଼ ରାଜସ୍ୱ ବିଭାଗ ଆର୍‌ଆଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ୩ ଜଣଙ୍କର ଗତକାଲି ଅପରାହ୍ନରେ ମୃତଦେହ ବ୍ୟବଚ୍ଛେଦ କରାଯାଇଛି । ଏହି ଖବର ଶୁଣି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଛତ୍ରପୁର ହସ୍ପିଟାଲରେ ପହଞ୍ଚି ମୃତ୍ୟୁ ବରଣ କରିଥିବା ମହିଳାମାନଙ୍କ ପରିବାରବର୍ଗଙ୍କୁ ଭେଟି ଗଭୀର ସମବେଦନା ଜଣାଇଛନ୍ତି ।

jittmm
Leave A Reply

Your email address will not be published.