ଜିଲ୍ଲା ପବ୍ଲିକ ପ୍ରୋସିକ୍ୟୁସନ ନିର୍ଦ୍ଦେଶକ କାର୍ଯ୍ୟାଳୟ ଉଦଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଜିଲ୍ଲା ପବ୍ଲିକ ପ୍ରୋସିକ୍ୟୁସନ ନିର୍ଦ୍ଦେଶକ କାର୍ଯ୍ୟାଳୟ ମଙ୍ଗଳବାର ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତି ଭାସନ୍ ଏବଂ ରାଜ୍ୟ ପବ୍ଲିକ ପ୍ରୋସିକ୍ୟୁସନ ଓଡ଼ିଶା, ଭୁବନେଶ୍ୱର କାର୍ଯ୍ୟଳୟର ନିର୍ଦ୍ଦେଶକ ଅଜିତ କୁମାର ପଟ୍ଟନାୟକ ଯଥାକ୍ରମେ ମୁଖ୍ୟଅତିଥି ଓ ଉଦଘାଟକ ଭାବେ ଯୋଗଦେଇ ଏହି ଜିଲ୍ଲା କାର୍ଯ୍ୟାଳୟର ଶୁଭ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ ପାତ୍ର, ସମ୍ମାନନୀୟ ଅତିଥୀ ଡିରେକଟରେଟ ଅଫ ପବ୍ଲିକ ପ୍ରୋସିକ୍ୟୁସନର ସ୍ପେସିଆଲ ଅଫିସର ଜନ୍ମେଜୟ ପଲେଇ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ କୋର୍ଟରେ କାର୍ଯ୍ୟରତ ଅତିରିକ୍ତ ଆଡିସନାଲ ପବ୍ଲିକ ପ୍ରୋସିକ୍ୟୁଟର, ଗ୍ରେସିଆଲ ପବ୍ଲିକ ପ୍ରୋସିକ୍ୟୁଟର, ସ୍ପେସିଆଲ ପବ୍ଲିକ ପ୍ରୋସିକ୍ୟୁଟର (ଭିଜିଲାବ୍ଧ), ସହକାରୀ ପବ୍ଲିକ ପ୍ରୋସିକ୍ୟୁଟର, ଗଭର୍ଣ୍ଣମେଣ୍ଟ ପ୍ରୀତର, ଛତ୍ରପୁର ଆଡିସନାଲ ଗଭର୍ଣ୍ଣମେଣ୍ଟ ପ୍ରୀତର, ପ୍ରମୁଖ ବହୁ ଗଣ୍ୟମାନ୍ୟ ମାର୍ଜିଷ୍ଟ୍ରେଟ ତଥା ଆଇନ ଅଧିକାରୀ, ପ୍ରମୁଖ ଯୋଗଦେଇ ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ସକ୍ରୀୟ ଯୋଗଦେଇଥିଲେ । ଭାରତୀୟ ନ୍ୟାୟ ସଂହିତା ମାଧ୍ୟମରେ ଜନସାଧାରଣ କିପରି ନ୍ୟାୟିକ ଅଧିକାର, ଆଇନ ସେବା ସହାୟତା ଆଦି ପାଇପାରିବେ ସେ ଦିଗରେ ଏହି ଜିଲ୍ଲା କାର୍ଯ୍ୟାଳୟର ଉପଲବ୍ଧି ଓ ଆଭିମୁଖ୍ୟ ବିଷୟରେ ଅତିଥି ମାନଙ୍କ ଦ୍ଵାରା ଆଲୋକପାତ କରାଯାଇଥିଲା । ଏହି କାର୍ଯ୍ୟାଳୟ ମାଧ୍ୟମରେ ଫୌଜଦାରୀ ମାମଲାର ଛୁଟିହୀନ ତଦନ୍ତ ସହାୟକ ହୋଇପାରିବ ଓ ମାମଲା ଗୁଡିକର ସୁପରିଚାଳନା କରାଯାଇ ତ୍ବରିତ ନ୍ୟାୟ ପ୍ରଦାନରେ ସହାୟକ ହେବ ବୋଲି ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର ମତବ୍ୟକ୍ତ କରିଛନ୍ତି । ଏତଦ୍ୱାରା ଜନସାଧାରଣ ଏବଂ ପୀଡିତ ମାନେ ଉପକୃତ ହେବେ ଏବଂ ଦଣ୍ଡହାର ସଂଖ୍ୟାରେ ବୃଦ୍ଧି ଘଟିବାରେ ସହାୟକ ହେବ ଜନସାଧାରଣଙ୍କ ନ୍ୟାୟିକ ବ୍ୟବସ୍ଥାକୁ ସୁଦୃଢ଼ ହୋଇପାରିବ ବୋଲି ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତି ଭାସନ୍ ମତବ୍ୟକ୍ତ କରିଥିଲେ । ସହକାରୀ ନିର୍ଦେଶକ ଭାବେ ଲଳିତ ଭଞ୍ଜନ ଗମାଙ୍ଗ ଏବଂ କାର୍ତ୍ତିକ ଚନ୍ଦ୍ର ତିରିଆ ଗଞ୍ଜାମ ଜିଲ୍ଲା ପାଇଁ ଅବସ୍ଥାପିତ ହୋଇଛନ୍ତି ବୋଲି କୁହାଯାଇଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଓ ଜିଲ୍ଲା କୋର୍ଟ ବ୍ରହ୍ମପୁର ଦାୟିତ୍ଵରେ ଥିବା ଡେପୁଟି ଡିରେକଟର, ପବ୍ଲିକ ପ୍ରୋସିକ୍ୟୁସନ ସୁବ୍ରତ ମହାନ୍ତି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ଗଞ୍ଜାମ ପବ୍ଲିକ ପ୍ରୋସିକ୍ୟୁଟର ବିଶ୍ୱଜିତ ବରାଳ, ଧନ୍ୟବାଦ ଅର୍ପଣ କରିଥିଲେ । ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢ଼ୀ ଏବଂ ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର ମଧୁସ୍ମିତା ସାହାଣୀ, (ବ୍ରହ୍ମପୁର) ସନ୍ତୋଷୀନି ପୁରୋହିତ (ବ୍ରହ୍ମପୁର), ଗୀତାଞ୍ଜଳି ମହାପାତ୍ର (ଆସ୍କା), ସର୍ଵଶ୍ରୀ ଅଶୋକ କୁମାର ନାୟକ, ପ୍ରଭାତ କୁମାର ଜେନା, (ବ୍ରହ୍ମପୁର), ଛତ୍ରପୁର ଉପ- ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଅବସ୍ଥାପିତ ଥିବା ସହକାରୀ ପବ୍ଲିକ ପ୍ରୋସିକ୍ୟୁଟର ଅପସରା ଜାନ୍ ପ୍ରମୁଖ ବହୁ ଗଣ୍ୟମାନ୍ୟ ଆଇନ ଅଧିକାରୀ ଯୋଗଦେଇ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.