ନୂଆଁଖାଇ ପର୍ବ ଉପଲକ୍ଷେ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ବ୍ଲକର ବିଭିନ୍ନ ପଞ୍ଚାୟତରେ ନୂଆଁଖାଇ ବଜାର ଆୟୋଜିତ

  • ୫୦ଲକ୍ଷ ଟଙ୍କାର ବ୍ୟବସାୟ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ବ୍ଲକର ବିଭିନ୍ନ ପଞ୍ଚାୟତରେ ନୂଆଁଖାଇ ବଜାର ଆୟୋଜିତ ହୋଇଯାଇଛି । ଏଥିରେ ବିଭାଗ ସହାୟତାରେ ବିଭିନ୍ନ ମହିଳା ଗୋଷ୍ଠୀଙ୍କ ଦ୍ୱାରା ଶହ ଶହ କୁକୁଡା ଓ ଛେଳି ଆଦି ବିକ୍ରୟ କରାଯାଇଥିଲା । ସ୍ଥାନୀୟ ଜନସାଧାରଣ ନିଜ ପାଖରେ ଏପରି ବଜାର ପାଇ ପାରି ବହୁ କିଣାବିକା କରିଥିବା ବେଳେ ମହିଳା ଗୋଷ୍ଠୀଙ୍କ ଆର୍ଥିକ ରୋଜଗାର ମଧ୍ୟ ହୋଇଥିଲା । ଏଥିରେ ଚଳିତ ବର୍ଷ ପ୍ରାୟ ୫୦ଲକ୍ଷ ଟଙ୍କାର ବ୍ୟବସାୟ ହୋଇ ପାରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ବିଗତ ୩ବର୍ଷ ଧରି ଓଡ଼ିଶା ଜୀବିକା ମିଶନ ବିଭାଗ ତରଫରୁ ଏହି ନୂଆଁଖାଇ ବଜାରର ଆୟୋଜନ କରାଯାଇଆସୁଛି । ଓଡ଼ିଶା ଜୀବିକା ମିଶନର ବିପିଏମ୍ ଡ ଗୋପାଳକୃଷ୍ଣ ଦୀପଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ଏହି ନୂଆଁଖାଇ ବଜାର ଗୁଡିକରେ ସଂପୃକ୍ତ ପଞ୍ଚାୟତର ଏମବିକେ, ସିଆରପି, କେଏମ ଓ ପିଏମ୍ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.