ୱିନର୍ ଗ୍ରାମରେ ନୂଆଁଖାଇ ବଜାର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମଙ୍ଗଳବାର ଦିନ ସକାଳ ୮ ଟାରୁ ୱିନର ବ୍ରାଇଟ ଫ୍ୟୁଚର ସ୍କୁଲର ପିଲାମାନଙ୍କୁ ନେଇ ନୂଆଖାଇ ବଜାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜ୍ଞାପିତ ଅଚଂଳ ପରିଷଦର ପୂର୍ବତନ ଅଧ୍ୟକ୍ଷ ତଥା ଲାୟନ୍ସ କ୍ଲବ ପଦ୍ମପୁରର ସଭାପତି ପୀତମ ମେହେର, ମୁଖ୍ୟ ଅତିଥି ଭାବେ ବଜାରକୁ ଉଦ୍‌ଘାଟନ କରିଥିଲେ । କୁନାଲ ପାଣିଗ୍ରାହୀ ଦ୍ଵିତୀୟ ୱାର୍ଡର କାଉନ୍‌ସିଲର ଓ ସୌମ୍ୟଜିତ ପାଢୀ, ଲାୟନ୍ସ କ୍ଲବର ସମ୍ପାଦକ ସମ୍ମାନିତ ଅତିଥି ଭାବେ ବଜାରରେ ପିଲାଙ୍କ ମନୋବଳ ବଢାଇଥିଲେ । ନାଟକୀୟ ଢଙ୍ଗରେ ପିଲାମାନେ ସଭା ବସାଇ ମହାପ୍ରଭୁ ନୃସିଂହନାଥରେ ସ୍ଥିର ହୋଇଥିବା ନୂଆ ଖାଇବାର ଲଗ୍ନ ବିଷୟରେ ଆଲୋଚନା କରିଥିଲେ । ବଜାରରେ ନୂଆଖାଇ ପୂଜା ଉପଲକ୍ଷେ ପ୍ରତ୍ୟେକଟି ଜିନିଷ ପିଲାମାନେ ଅତି ସୁନ୍ଦର ଭାବରେ କିଣା ବିକା କରିଥିଲେ । ସ୍କୁଲର ଚେୟାରମ୍ୟାନ ଶ୍ରୀକାନ୍ତ ମିଶ୍ର, ଅଧ୍ୟକ୍ଷା ଅପାଳି ଅପରାଜିତା ଦାସ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ସମସ୍ତ କର୍ମଚାରୀ ଅତି ସରଳ ସୁନ୍ଦର ଭାବରେ ଏହି କାର୍ଯ୍ୟକୁ ପରିଚାଳନା କରି ପିଲାମାନଙ୍କ ପାଇଁ ଏକ ନୂତନ ଦିଗ ସୃଷ୍ଟି କରିଛନ୍ତି । ସମ୍ବଲପୁରୀ ବେଶରେ ପିଲାମାନେ ନୂଆଖାଇ ବଜାରର ଆନନ୍ଦ ଉଠାଇଥିଲେ ।

jittmm
Leave A Reply

Your email address will not be published.