ଜାତୀୟ ସବ ଜୁନିୟର କିକ୍‌ ବକ୍ସିରେ ଭାଗନେବ ଅଭିପ୍‌ସା ହୋତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ୨୭ତାରିଖରୁ ୩୧ଅଗଷ୍ଟ ଚେନ୍ନେଇ ଠାରେ ଜାତୀୟ ସବ୍ ଜୁନିୟର କିକ୍‌ ବକ୍ସିଂ ପ୍ରତିଯୋଗିତା ପାଇଁ ବଲାଙ୍ଗିର ଜିଲ୍ଲା ଅମ୍ରେଚର କିକ୍‌ ବକ୍ସିଂ ସଂଘରୁ ଜଣେ ପ୍ରତିଯୋଗି ମନୋନିତ ହୋଇଛନ୍ତି । ସେ ଶେଖର କିକ୍‌ ବକ୍ସିଂ ଏକାଡେମୀର ଖେଳାଳି ଅଭିପ୍‌ସା ହୋତା । ଶେଖର କିକ୍‌ ବକ୍ସି ଏକାଡେମୀର ପ୍ରଶିକ୍ଷକ ଚନ୍ଦ୍ରଶେଖର ସେଠଙ୍କ ତତ୍ତ୍ୱାବଧାନରେ ଖେଳିଯିବେ । ବଲାଙ୍ଗିର ଜିଲ୍ଲା କ୍ରୀଡା ଅଧିକାରୀ ପରାଶର ବାଗ, ଓଡିଶା କିକ୍‌ ବକ୍ସିଂ ସଂଘର ସଭାପତି କାର୍ତ୍ତିକ ଡାକୁଆ, ବଲାଙ୍ଗିର ଜିଲ୍ଲା କିକ୍‌ ବକ୍ସିଂ ସଂଘର ସଭାପତି ଅଯୋଧ୍ୟା ମିଶ୍ର, ସଂପାଦକ ଭଗବାନ କୁମ୍ଭାର, କରାଟେ ସଂଘର ସଂପାଦକ ହୃଦୟ ଶବର ଓ ଶେଖର କିକ୍‌ ବକ୍ସିଂ ଏକାଡେମୀ ସଦସ୍ୟ ସୁରେନ୍ଦ୍ର ସାହୁ, ବଦ୍ରିନାଥ ହୋତା ପ୍ରମୁଖ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

jittmm
Leave A Reply

Your email address will not be published.