ଧର୍ମପରାୟଣ ମହିଳାଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ‎) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଦ ବ୍ଲକ ଅନ୍ତର୍ଗତ ଶଙ୍କରୀ ଗ୍ରାମର କର୍ପୁର ବେହେରା ସୋମବାର ଦିନ ସ୍ୱର୍ଗରୋହଣ କରିଛନ୍ତି । ସେ ଜଣେ ଲୋକପ୍ରିୟ, ଧର୍ମପରାୟଣ ମହିଳା ଥିଲେ । ସେ ପାଞ୍ଚ ପୁଅ ଓ ନାତି-ନାତୁଣୀଙ୍କୁ ଛାଡ଼ି ଯାଇଛନ୍ତି । ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଗ୍ରାମକୁ ଆଣିବା ସମୟରେ ଶତାଧିକ ଲୋକ ଦର୍ଶନ କରିଥିଲେ । ଶେଷ ସଂସ୍କାର ସମୟରେ ବହୁତ ଭଦ୍ର ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ତାଙ୍କର ବଡ଼ ପୁଅ ମହାଦେବ ବେହେରା ମୁଖାଗ୍ନି ଦେଇଥିଲେ । ଅନ୍ତିମ ସମୟରେ ପୁଅ ମାନେ ମହାଦେବ, ପବିତ୍ର, ଶୁକଦେବ, ସହଦେବ, ଭକ୍ତ ଏବଂ ନାତି ମାନସ, କରନ, ଉଦିତ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.