ଇସ୍ପାତ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀଙ୍କ ଗୌରବଜନକ କୃତିତ୍ୱ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରତିଭାଶାଳୀ ଛାତ୍ରୀ ସୁଶ୍ରୀ ହିରଣ୍ମୟୀ ଦାଶ ସର୍ବ ଭାରତୀୟ ସ୍ତରର କ୍ୟାଟ୍ ଓ ମ୍ୟାଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏନଆଇଟି, (ଜାତୀୟ ପ୍ରାଦ୍ୟୋତିକ ପ୍ରତିଷ୍ଠାନ) ରାଉରକେଲାର ଏମବିଏ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସୁଯୋଗ ପାଇଛନ୍ତି । ଏନ୍ଆଇଟି ରାଉରକେଲାର ଏମବିଏ ପାଇଁ ଦେଶରୁ ୩୦୧ ଜଣ ପ୍ରାର୍ଥୀଙ୍କୁ ପ୍ରଥମେ ଚୟନ କରାଯାଇଥିଲା । ପରବର୍ତ୍ତୀ ଗୃପ ଆଲୋଚନା ଓ ବ୍ୟକ୍ତିଗତ ସାକ୍ଷାତକାରରେ ନିଜ କ୍ଷମତା ଓ ଦକ୍ଷତା ପ୍ରମାଣ କରି, ସୁଶ୍ରୀ ହିରଣ୍ମୟୀ ଦାଶ ସାଧାରଣ ଶ୍ରେଣୀ ସାଧାରଣ ବର୍ଗରୁ ନିର୍ବାଚିତ ହୋଇଥିବା ଇସ୍ପାତ ବିଦ୍ୟାଳୟର ଏକମାତ୍ର ଛାତ୍ରୀ । ଏହି ସଫଳତା ଇସ୍ପାତ ବିଦ୍ୟାଳୟ ପାଇଁ ଗର୍ବର ବିଷୟ । ସୁଶ୍ରୀ ଦାଶଙ୍କ ପିତା ଶଶୀ ଭୂଷଣ ଦାଶ, ରାଉରକେଲା ଇସ୍ପାତ କାରଖାନାର ରୋଲ ସପ ୨ ବିଭାଗରେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ଥିଲେ ଓ ବର୍ତ୍ତମାନ ସେ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ, ଇସ୍ପାତ ବିଦ୍ୟାଳୟର ପୂର୍ବତନ ପ୍ରାଧାନାଚାର୍ଯ୍ୟ ଅଧକ୍ଷ ଅଶୋକ କୁମାର ମିଶ୍ର ବର୍ତ୍ତମାନର ଅଧ୍ୟକ୍ଷା ରୀତାଞ୍ଜଳୀ ମିଶ୍ର , ପ୍ରଫେସର ସୁନିତା ପାଢ଼ୀ, ଅଧ୍ୟାପକ ଧୀରଜ ଭଟ୍ଟାଚାର୍ଯ୍ୟ ପ୍ରମୁଖ ଏଥିପାଇଁ ତାଙ୍କୁ ଶୁଭକାମନା ଜଣାଇଛନ୍ତି । ଏହି ସଫଳତା ସୁଶ୍ରୀ ଦାଶଙ୍କ ପରିବାର, ବିଦ୍ୟାଳୟ ଓ ସମାଜ ପାଇଁ ଗର୍ବ ଓ ପ୍ରେରଣାର ବିଷୟ ବୋଲି କୁହାଯାଉଛି ।

jittmm
Leave A Reply

Your email address will not be published.