ବିବିଧା ଫାଉଣ୍ଡେସନ ଆର୍ଟ କଳଚର୍ ସଂଗଠନର ଅଷ୍ଟମ ବାର୍ଷିକ ଉତ୍ସବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନରେ ଏକ ଦିନ ତମାମ ଧରି ସାଂସ୍କୃତିକ ବିଦ୍ଭବ ଭିତ୍ତିକ କାର୍ଯ୍ୟକ୍ରମ ଆନନ୍ଦ ଉଲ୍ଲାସ ମଧ୍ୟରେ ସମାହିତ ହୋଇଯାଇଛି । ବିବିଧା ଫାଉଣ୍ଡେସନ ଫର୍ ଆର୍ଟ ଏଣ୍ଡ କଳଚର୍ ଅନୁଷ୍ଠାନର ଅଷ୍ଟମ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ସମାହିତ ହୋଇଯାଇଛି । ସାନ୍ଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ କୃତ୍ତି ମେଧାବୀ ନୃତ୍ୟ ଶିଳ୍ପୀଙ୍କ ଦ୍ଵାରା ସାଂସ୍କୃତିକ ପ୍ରତିଭା ପରିବେଷଣ ହୋଇ ଅଗଣିତ ଦର୍ଶକଙ୍କୁ ବିମୋହିତ କରିଥିଲା । ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ସ୍ଵତନ୍ତ୍ର ଅଧିକାରୀ ଅମିୟ କୁମାର୍ ଧଳ (ଭୁବନେଶ୍ୱର) ମୁଖ୍ୟଅତିଥି ଭାବେ ଯୋଗଦେଇ ଗଞ୍ଜାମର ସଂସ୍କୃତି ଏକ ବିବିଧତା ମଧ୍ୟରେ ଭିନ୍ନ ଏକ ନିଆରା ଲୋକ ପରମ୍ପରା ବୋଲି ଅଭିଭାଷଣ ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଲୋକ ସଂସ୍କୃତି ଗୁରୁ ଆଲୋକ ବିଷୋୟୀ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ପ୍ରଭାତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଆନ୍ତଃ-ଜାତୀୟସ୍ତରରେ ସ୍ୱନାମଧନ୍ୟ ଓଡ଼ିଶୀ ନୃତ୍ୟଗୁରୁ ଅଳକା ସାହୁ, ଗଞ୍ଜାମ ଜିଲ୍ଲାର ବରିଷ୍ଠ ସାମ୍ୱାଦିକ ତଥା ଛତ୍ରପୁର କୋରୀଓ ଗ୍ରାଫର୍ ଆସୋସିଏସନର ସଭପତି କେ.ସତ୍ୟନାରାୟଣ ରେଡ୍ଡୀ, ଆକାଶବାଣୀ ସ୍ୱର ସଂଯୋଜକ ଅରୁଣ କୁମାର ଶତପଥୀ ପ୍ରମୁଖ ମଞ୍ଚାସୀନ ହୋଇ ମେଧାବୀ କଳା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରି ସମ୍ମାନୀତ କରିଥିଲେ ।

jittmm
Leave A Reply

Your email address will not be published.