କଟକ : ପୁଣି ଅଲୋଡା ଶିଶୁ କନ୍ୟା । ଚାକୁଣ୍ଡା ଗଛ ମୂଳେ ସଦ୍ୟଜାତ ଶିଶୁ କନ୍ୟା ଉଦ୍ଧାର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ସଦର ଥାନା ଅନ୍ତର୍ଗତ ମହୀଧରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ । ଖବର ନେବାରୁ ଜଣାପଡିଛି ଯେ, ଆଜି ସକାଳ ସମୟ ୬ଟାରେ ମହୀଧରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଗେଟ ସମ୍ମୁଖ ଚାକୁଣ୍ଡା ଗଛ ମୂଳେ ସଦ୍ୟଜାତ ଶିଶୁକନ୍ୟାକୁ ପାଖ ଗ୍ରାମର ଜଣେ ମହିଳା ପାଇଥିଲେ । ଏହି ଛୁଆଟିର ନାହି ନାଡ଼ ଲାଗିଥିବାରୁ ତାର ଯତ୍ନ କରିବା ପାଇଁ ମେଡିକାଲ ନେଇଥିଲେ । ସେଠାରେ ଡାକ୍ତର ତାର ଯତ୍ନ କରିବା ପରେ କୌଣସି ସୂତ୍ରରୁ ଖବର ପାଇ ସଦର ଥାନାର କର୍ମଚାରୀ ପହଂଚି ଶିଶୁ କନ୍ୟାଟିକୁ ଉଦ୍ଧାର କରି ତାକୁ କଟକ ସ୍ଥିତ ଶିଶୁଭବନକୁ ସ୍ଥାନାନ୍ତରିତ କରିଛନ୍ତି । ପରେ ଚାଇଲଡ କେୟାରର ସଦସ୍ୟ ପହଁଚି ତାକୁ ନିଜ ଆୟତ୍ତକୁ ନେଇ ତାର ତଦନ୍ତ କରୁଛି । ଏଠାରେ ପ୍ରଶ୍ନ ଉଠୁଛି ଯେ, ମେଡିକାଲ ପାଖକୁ କେମିତି ଏ ଛୁଆଟି ଆସି ଗଛମୂଳେ ପଡିଲା । ଏ ବାବଦରେ ମେଡିକାଲ ଅଫିସରଙ୍କୁ ପଚାରିବାରୁ ସେ ଜାଣି ନାହାନ୍ତି ବୋଲି ସ୍ପଷ୍ଟ ମନା କରିଦେଇଛନ୍ତି । ମେଡିକାଲ ପରିସରରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କଲେ ପ୍ରକୃତ ସତ୍ୟ ଜଣାପଡିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଦେଖିବାକୁ ବାକି ରହିଲା ପ୍ରଶାସନ ଏହା ଉପରେ କଣ ପଦକ୍ଷେପ ନେଉଛି ।

Next Post