ସିନାପାଲିରେ ଅପରାହ୍ନ ନୂଆପଡା ସାହିତ୍ୟଝର ତରଫରୁ ବନ୍ଧୁ ମିଳନ ଓ କବିତା ପାଠୋତ୍ସବ

ସିନାପାଲି, (କେପିଏନ୍‌ଏସ୍‌) : ସିନାପାଲି ଉଚ୍ଚ ବିଦ୍ୟାଳୟରେ ଅପରାହ୍ନ ନୂଆପଡା ସାହିତ୍ୟଝର ତରଫରୁ ଏକ ବନ୍ଧୁ ମିଳନ ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମଂଚାସୀନ ବ୍ୟକ୍ତି ବିଶେଷ ବଂଶୀଧର ଜେନା, ସମ୍ପାଦକ ଦୈନିକ ଅପରାହ୍ନ, ଲକ୍ଷ୍ମୀପ୍ରିୟା ଦାସ, ରବିନ୍ଦ୍ରନାଥ ଯୋଶୀ, ଭାଗିରଥି ସାଗର, ତ୍ରିନାଥ ମେହେର, ଅଜିତ ଯୋଶୀ, ସଭାପତି ସାମ୍ବାଦିକ ସଙ୍ଘ ସିନାପାଲି, ଲଳିତ କୁମାର ସୁନାରି ମଂଚାସୀନ ଥିବାବେଳେ ବୈଷ୍ଣବ ମେହେର ସଭାପତିତ୍ୱ କରିଥିଲେ । ଏହି କବିତା ଆସରରେ ଲୋଚନ ମେହେର ସଂଯୋଜନା କରିଥିଲେ । ବନ୍ଧୁମିଳନ ଆରମ୍ଭରୁ ବଂଶୀଧର ଜଗତ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ଓ ନିକୁଞ୍ଜ ବିହାରୀ ସା ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । କବିତା ଆସରରେ ସତାଧିକ କବି/କବୟିତ୍ରୀ ନିଜର ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ସାନୁର୍ଯ୍ୟ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.