ହୃଷିକେଶ ରାୟ ଡିଗ୍ରୀ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଛେଣ୍ଡ ସ୍ଥିତ ହୃଷୀକେଶ ରାୟ ଡିଗ୍ରୀ ମହାବିଦ୍ୟାଳୟଠାରେ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ରାଜ୍ୟସ୍ତରୀୟ ଆଲୋଚନା ଚକ୍ରରେ ଅତିଥି ଭାବେ ନିରାକାରପୁର ସ୍ଥିତ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ତଥା ବିଷୟ ବିଶେଷଜ୍ଞ ଡ଼ ମୃତ୍ୟୁଞ୍ଜୟ ରଥ ଏବଂ ଅଧ୍ୟାପକ ପୂର୍ଣ୍ଣଦର୍ଶନ ସାହୁ ସମେତ ଅନ୍ୟାନ୍ୟ ମହାବିଦ୍ୟାଳୟର ଅଧକ୍ଷ ଏବଂ ଅଧ୍ୟାପିକା ଯୋଗ ଦେଇ ଗଙ୍ଗାଧର ମେହେରଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ସମାରୋହରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ । ଅତିଥି ମାନେ ନିଜ ଅଭି ଭାଷଣରେ ଛାତ୍ରଛାତ୍ରୀଙ୍କ ମାର୍ଗ ଦର୍ଶନ କରିବା ସହ ଗଙ୍ଗାଧର ମେହେରଙ୍କର ସଂଘର୍ଷମୟ ଜୀବନର ଗାଥାର ବାର୍ତ୍ତା ସମ୍ପର୍କରେ ଆଲୋଚନା କରିଥିଲେ । ଓଡ଼ିଆ ଭାଷା ଏବଂ ଓଡ଼ିଆର ପରିଚୟ କେତେ ଯେ ମହାନ ତାହା ବିଷୟରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଏବଂ ଅଧ୍ୟାପିକା ଯୋଗଦାନ ମଧ୍ୟ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

Leave A Reply

Your email address will not be published.