jsm

ଟଟୋପରା ଗ୍ରାମରେ ସାମୁହିକ ଭାବେ ୬ ଶହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

csstore

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡ଼ା ପଞ୍ଚାୟତ ଟଟୋପରା ଗ୍ରାମରେ ସ୍ଥାନୀୟ ବାପୁଜୀ ଯୁବକ ସଂଘ ଓ ଜନମୁକ୍ତି ଅନୁଷ୍ଠାନର ମିଳିତ ସହଯୋଗରେ ଏକ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲେବଡ଼ା ସରପଞ୍ଚ ଦୟମନ୍ତୀ ହାତୀ ଯୋଗ ଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ଟଟୋପରା ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ମନୀଷା ମୁରୁମ ସଏ, ବାପୁଜୀ ଯୁବକ ସଂଘର ସଭାପତି ଜୟନ୍ତ କୁମାର ସାହୁ, ଜନମୁକ୍ତି ଅନୁଷ୍ଠାନର ସଞ୍ଜୀବ ବେହେରା, ରୁଟୁ ସାହୁ, ସିଆରପି ଦୁଷିଲା ପୁଟେଲ ଯୋଗଦେଇ ଜନମୁକ୍ତି ଅନୁଷ୍ଠାନ ଓ ଯୁବକ ସଂଘର କର୍ମ କର୍ତ୍ତାଙ୍କୁ ବୃକ୍ଷରୋପଣର ମହତ କାର୍ଯ୍ୟ ଉପରେ ମତବ୍ୟକ୍ତ କରି ଉତ୍ସାହିତ କରିଥିଲେ । ଏଥିରେ ମୁରିବାହାଲ ବନବିଭାଗରୁ ୬ଶହ କାଜୁ ଓ ଜାମୁକୋଳି ବୃକ୍ଷ ଆଣି ଟଟୋପରା ମସାଣି ମୁଣ୍ଡାରେ ଥିବା ଗୋଚର ପଡିଆରେ ରୋପଣ କରାଯାଇଥିଲା । ଏଥିରେ ଜନମୁକ୍ତି ଅନୁଷ୍ଠାନର ଛନ୍ଦା ସାହୁଙ୍କ ସହ ପ୍ରକାଶ ବନ୍ଦୀଛୋଡ, ସୁଶୀଲ ସାହୁ, ଧର୍ମା ସାହୁ, ତ୍ରିଲୋଚନ ସାହୁ, ଗ୍ରାମର ଯୁବକ ସଂଘର ଗଣେଶ ସାହୁ, ପୁରୁନ ସାହୁ, ତପୁ ସାହୁ, ଟିଟୁନ ସାହୁ, ମାନକିଶୋର ଯାନୀ, ବିଷ୍ଣୁ ସାହୁ, ତେଜୁରାମ ସାହୁ, ସଚିନ ଯାନୀ, ରମା ପୁଟେଲ, ବିଜୟ ପୁଟେଲ, ଗାଁର ମହିଳା ଗୋଷ୍ଠୀ, ଭଦ୍ର ବ୍ୟକ୍ତି ଓ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ବୃକ୍ଷଗୁଡ଼ିକର ଉପଯୁକ୍ତ ଯତ୍ନ ନିଆଯିବା ଉପରେ ଗୁରୁତ୍ଵ ଆରୋପ କରାଯାଇଥିଲା ।

yuvodaya
Leave A Reply

Your email address will not be published.