ଧର୍ମ ପରାୟଣା ମହିଳାଙ୍କ ପରଲୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବଙ୍କିଲୋ ଗ୍ରାମର ଧର୍ମ ପରାୟଣା ମହିଳା କାଞ୍ଚନଲତା ବାରିକ(୮୨)ଙ୍କ ପରଲୋକ ହୋଇଯାଇଛି । ସେ ବାର୍ଦ୍ଧକ୍ୟ ଜନିତ କାରଣରୁ ମୃତ୍ୟୁ ବରଣ କରିଥିବା ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି । ସେ ଜଣେ ଧର୍ମ ପରାୟଣା, ପରୋପକାରୀ, ମିଷ୍ଟଭାଷୀ ସ୍ୱଭାବର ମହିଳା ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ ପରିଚିତି ଲାଭ କରିଥିଲେ । ପରିଣତ ବୟସରେ ମଧ୍ୟ ପ୍ରତ୍ୟେକ ଦିନ ସେ ଭାଗବତ ଗୀତା ଅଧ୍ୟୟନ ଜାରି ରଖିଥିଲେ । ସେହିପରି ଗୋପାଳକୃଷ୍ଣ ପଦ୍ୟାବଳୀ, ଛାନ୍ଦ ରତ୍ନାକର, ବୈଦେହୀଶ ବିଳାସ ଏବଂ ଓଡ଼ିଶୀ ସଙ୍ଗୀତ ଆଦି ଅନେକ କାବ୍ୟ ଓ ରାଗରାଗିଣୀ ମୁଖସ୍ଥ କରି ସମସ୍ତଙ୍କୁ ଧାର୍ମିକ ବାର୍ତ୍ତା ଓ ତତ୍ତ୍ଵ ପ୍ରଦାନ କରୁଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଝିଅ ରେଣୁବାଳା, ଚିନ୍ମୟୀ, ବୋହୁ ସୁଚିତ୍ରା, ଡଃ କିରଣ ବାରିକ, ଜ୍ୱାଇଁ ଜିତେନ୍ଦ୍ର ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ପୁରୀ ସ୍ଵର୍ଗଦ୍ଵାରଠାରେ ଏହି ଧର୍ମ ପରାୟଣା ମହିଳାଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ ସମ୍ପନ୍ନ କରାଯାଇଥିବାବେଳେ ଏକ ମାତ୍ର ପୁତ୍ର ତଥା ବ୍ୟଙ୍ଗ କବି ଶ୍ରୀମାନ ଗବା ମୁଖାଗ୍ନି ଦେଇଥିଲେ । ଏହି ଧର୍ମପ୍ରାଣା ମହିଳାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

jittmm
Leave A Reply

Your email address will not be published.