
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମର ବି. ପ୍ରୀତି କୁମାରୀ ନିଜ ଜନ୍ମଦିନକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି । ନିଜ ଜନ୍ମଦିନରେ ମାମୁଁ ପରିବେଶ ପ୍ରେମୀ ଡି. ଦେବହରି ରେଡ୍ଡୀଙ୍କ ଦ୍ୱାରା ଚାରା ଉପହାର ପାଇ ଓ ପରାମର୍ଶ କ୍ରମେ ସୁସ୍ଥ ଓ ସ୍ୱାସ୍ଥ୍ୟକର ଭବିଷ୍ୟତ ଲକ୍ଷ୍ୟ ନେଇ ଜନ୍ମଦିନରେ ପଣସ, ଜାମୁକୋଳି, ସପଟା, ଦେବଦାରୁ ଭଳି ଦେଶୀ ଚାରାକୁ ନିକଟସ୍ଥ ଶୁଭମ୍ କ୍ରସର୍ ପରିସରରେ ରୋପଣ କରି ଜନ୍ମଦିନକୁ ସ୍ମରଣୀୟ କରିବା ସହ ଅନ୍ୟ ମାନଙ୍କ ପାଇଁ ସଚେତନତା ସୃଷ୍ଟି କରିଛନ୍ତି । ଏହି ଅଭିନବ କାର୍ଯ୍ୟକ୍ରମରେ ବାପା ବି. ସୁରୀ ନାରାୟଣ, ମାଆ ଡି. ଲକ୍ଷ୍ମୀଦେବୀ, ଭାଇ ବି. ରୋଷନ୍, ବି. ସୁନୀଲ ରେଡ୍ଡୀ, ଡି. ଦେବହରି ରେଡ୍ଡୀ ,ଜି. ଶ୍ରୀନିବାସ, ଗାୟତ୍ରୀ ପାତ୍ର, ମାନସ ରଞ୍ଜନ ବେହେରା, ଅରକ୍ଷିତ ଗୌଡ ପ୍ରମୁଖ ଉପସ୍ଥିତ ରହି ଏଭଳି ଇଚ୍ଛାଶକ୍ତିକୁ ଭୂୟସୀ ପ୍ରଶଂସା କରିବା ସହପ୍ରୀତିଙ୍କୁ ଆଶ୍ରିବାଦ କରିଥିଲେ ।