ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ମେଡିକାଲ ଅଫିସର

ସୁନ୍ଦରଗଡ଼ : ସୁନ୍ଦରଗଡ଼ ହେମଗିରି ସିଏସିର ମେଡିକାଲ୍ ଅଫିସର ଇନଚାର୍ଜ ଡାକ୍ତର ଶ୍ରଦ୍ଧାକର ଗଡତିଆ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ହେମଗିରି ହସ୍ପିଟାଲର ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ କଳ୍ପନା ପଟେଲଙ୍କଠାରୁ ଛୁଟି ମଞ୍ଜୁର କରିବା ପାଇଁ ସେ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ ବିଭାଗ ।କ୍ଷଲକ୍ଷକ୍ତ ଲାଞ୍ଚ ନେଇଥିବା ଟଙ୍କା ବି ଜବତ କରିଛି ଭିଜିଲାନ୍ସ । ଏହାପରେ ତାଙ୍କର ସରକାରୀ ବାସଭବନ, ହେମଗିରି ହସ୍ପିଟାଲରେ ଥିବା ଅଫିସ ଚାମ୍ବର ଓ ସମ୍ୱଲପୁର ଟାଉନରେ ଥିବା ବାସଭବନରେ ରେଡ୍ ଚାଲିଛି ।

Leave A Reply

Your email address will not be published.