ଝାଡେଶ୍ୱର ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ନିମନ୍ତେ ପ୍ରସ୍ତୁତି ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତ ଥିବା ବାବା ଝାଡେଶ୍ୱର ପୀଠରେ ଆଗାମୀ ଫେବୃଆରୀ ମାସରେ ବିଶ୍ୱଶାନ୍ତି ମହାଯଜ୍ଞ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମଲାଡ ଓ ହୁମ୍ମା ପଞ୍ଚାୟତର ୮ଟି ଗ୍ରାମକୁ ନେଇ ୧୫ ଦିନ ଧରି ଏହି ମହାଯଜ୍ଞ ଅନୁଷ୍ଠିତ ହେବ । ଏହି ଅବସରରେ ବିଭିନ୍ନ ଗ୍ରାମ୍ୟ କମିଟି ସହ ଆଲୋଚନା କରାଯାଇ ଆୟୋଜନର ରୂପରେଖ ପ୍ରସ୍ତୁତ କରାଯାଇଛି । ଏହା ସହ ଝାଡେଶ୍ୱର ପୀଠରେ ୪୦ ଲକ୍ଷ ଟଙ୍କା ବ୍ୟୟରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଏହି ଶିଳାନ୍ୟାସ କରି ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପନ୍ନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରାମବାସୀ ଓ ଜନପ୍ରତିନିଧିମାନେ ଝାଡେଶ୍ୱର ପୀଠକୁ ପର୍ଯ୍ୟଟନ ସ୍ଥଳୀ ଭାବେ ମାନ୍ୟତା ଦେବା ପାଇଁ ବିଧାୟକଙ୍କୁ ଅନୁରୋଧ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଅଚ୍ୟୁତାନନ୍ଦ ଜାନି, ବ୍ଲକ୍ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଛତ୍ରପୁର ବ୍ଲକ୍ ପ୍ରତିନିଧି ବନୋଜ ନାହାକ, ଗଞ୍ଜାମ ବ୍ଲକ୍ ପ୍ରତିନିଧି ମାନସ ନାହାକ, ମନ୍ଦିର ସଭାପତି କବିରାଜ ସ୍ୱାଇଁ, ହୁମ୍ମା ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ, ଜୟ ପ୍ରଧାନ, କୃଷ୍ଣ ଚନ୍ଦ୍ର ପଲାଇ ଏବଂ ଯୁବ ନେତା ଲିଙ୍ଗରାଜ ମହାପାତ୍ର ଉପସ୍ଥିତ ଥିଲେ ଓ ସଂଯୋଜନାରେ ସହଯୋଗ କରିଥିଲେ । ଏହି ମହାଯଜ୍ଞ ଓ କଲ୍ୟାଣ ମଣ୍ଡପ ନିର୍ମାଣ ଝାଡେଶ୍ୱର ପୀଠର ଆଧ୍ୟାତ୍ମିକ ଓ ସାଂସ୍କୃତିକ ମହତ୍ତ୍ୱକୁ ଆହୁରି ବୃଦ୍ଧି କରିବ ବୋଲି ଆଶା କରାଯାଉଛି ।

jittmm
Leave A Reply

Your email address will not be published.