ପଦ୍ମପୁର, (ନିରୋଜ କୁମାର ପାଣୀ) : ଗବେଷକ ଦେବକାନ୍ତ ନାୟକ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ, ଜ୍ୟୋତି ବିହାର ବୁର୍ଲା ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ଲାଭ କରିଛନ୍ତି । ସେ ନର୍ଥ ଇଷ୍ଟର୍ଣ୍ଣ ହିଲ୍ ବିଶ୍ୱ ବିଦ୍ୟାଳୟ ଶିଲଂର ରାଜନୀତି ବିଜ୍ଞାନ ବିଭାଗର ପ୍ରଫେସର ସତ୍ୟ ପ୍ରକାଶ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗବେଷଣା କରୁଥିଲେ । ତାଙ୍କ ‘ହାଉସିଙ୍ଗ ୱଲଫେୟାର ଏଡମିନିଟ୍ରେସନ ଏ ଷ୍ଟୁଡି ଅଫ୍ ପିଏମଏୱାଇ ଜି ଇନ୍ ବରଗଡ଼ ଜିଲ୍ଲା ଅଫ୍ ଓଡ଼ିଶା ,’ ଶୀର୍ଷକ ଗବେଷଣାତ୍ମକ ସନ୍ଦର୍ଭଟି ପ୍ରଫେସର ସର୍ତ୍ତିକ ବାଗ ରାଜନୀତି ବିଜ୍ଞାନ ବିଭାଗ ବିବିଅଏୟୁ ଲକନାୱ ଓ ଗୌର ବଂଗା ବିଶ୍ୱ ବିଦ୍ୟାଳୟ, ପଶ୍ଚିମବଙ୍ଗ, ରାଜନୀତି ବିଜ୍ଞାନ ବିଭାଗର ପ୍ରଫେସର ଜିତେନ୍ଦ୍ର ସାହୁଙ୍କଦ୍ୱାରା ପ୍ରରିକ୍ଷୀତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲା । ଡକ୍ଟର ଦେବକାନ୍ତ ନାୟକ ବରଗଡ଼ ଜିଲ୍ଲାର ଝାରବନ୍ଧ ବ୍ଲକ ଅଧିନସ୍ଥ ଧଉରାଭଟା ଗ୍ରାମର ନିବାସୀ କୃତ୍ତିବାସ ନାୟକ ଓ ଚନ୍ଦ୍ରରେଖା ନାୟକଙ୍କ କନିଷ୍ଠ ପୁତ୍ର ଏବଂ ଜ୍ଞାନ ନିବାସୀ ମନୋରଞ୍ଜନ ଭୋଇ ଏବଂ ପୁଷ୍ପାଞ୍ଜଳି ଭୋଇଙ୍କ କନିଷ୍ଠ ଜାମାତା ଅଟନ୍ତି । ସେ ଏହି ସଫଳତା ପାଇଁ ସହ ଧର୍ମିଣୀ ଝିଲି, ମାର୍ଗ ଦର୍ଶକ ଏବଂ ପରିବାରର ସଦସ୍ୟଙ୍କ ସର୍ବଦା ସମର୍ଥନ, ପ୍ରେରଣା ଏବଂ ଅବଦାନ ଯୋଗୁଁ ସଫଳତାର ଅଧିକାରୀ ହୋଇ ପାରିଛନ୍ତି । ତାଙ୍କ ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।