ଆଦର୍ଶ ଶିକ୍ଷକ ରଙ୍କମଣି ବାରିକଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପଲସଦା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ରଙ୍କମଣି ବାରିକଙ୍କ ବୁଧବାର ଦିନ ପରଲୋକ ହୋଇଯାଇଛି । ସେ ଏକା ଧାରରେ ଜଣେ ଆଦର୍ଶ ଶିକ୍ଷକ, ସମାଜ ସୁଧାରକ, ସ୍ୱାଭିମାନୀ, ପରୋପକାରୀ, ଲେଖକ ଥିଲେ । ସେ ସବୁବେଳେ ସମାଜ ପାଇଁ ଭଲ ଚିନ୍ତା କରୁଥିଲେ । ସେ ଗତ କିଛି ଦିନ ହେବ ଶ୍ଵାସ ରୋଗୀରେ ପୀଡ଼ିତ ହୋଇ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ବୁଧବାର ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତ୍ୟୁ ସମୟରେ ତାଙ୍କ ପୁଅ, ଝିଅ ଜ୍ୱାଇଁ, ନାତି, ନାତୁଣୀ ତଥା ଭଣଜା ଉପସ୍ଥିତ ଥିଲେ । ଆମ୍ବୁଲାନ୍ସ ସହାୟତାରେ ମର ଶରୀରକୁ ପୈତୃକ ଗ୍ରାମ ପଲସଦାକୁ ଅଣା ଯାଇଥିଲା । ମୃତ୍ୟୁ ପରେ ତାଙ୍କ ପତ୍ନୀ ସରୋଜିନୀ ବାରିକ, ବଡ଼ ପୁଅ ପ୍ରଶାନ୍ତ ବାରିକ, ସାନ ପୁଅ ଶିବେନ ବାରିକ ଏବଂ ନାତି ଶୁଭେନ୍ଦୁ ବାରିକ ସମେତ ତାଙ୍କ ପରିବାର ବର୍ଗ ଶୋକସନ୍ତପ୍ତ ଥିଲେ । ରଙ୍କମଣି ବାରିକ ସମାଜ ପାଇଁ ବିଭିନ୍ନ ସଂସ୍କାର ମୂଳକ ପୁସ୍ତକ ରଚନା କରିଥିଲେ । ତାଙ୍କ ମୃତ୍ୟୁ ପରେ ତାଙ୍କ ନାତୁଣୀ ସ୍ୱେଚ୍ଛାସେବୀ ଦୀପା ବାରିକ ଗଭୀର ସମବେଦନା ଜ୍ଞାପନ କରିବା ସହ ଏହା ବାରିକ ପରିବାର ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଉଲ୍ଲେଖ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ସ୍ୱର୍ଗତ ରଙ୍କମଣି ବାରିକ ଶିକ୍ଷକତା ଜୀବନ ସୋଢ଼ା ଆଶ୍ରମ ବିଦ୍ୟାଳୟରେ ଶେଷ କରିଥିଲେ । ତାଙ୍କର ମୃତ୍ୟୁ ପରେ ପଲସଦା ତଥା ପାଇକମାଲ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି ।

jittmm
Leave A Reply

Your email address will not be published.