ଖୋର୍ଦ୍ଧା : ରାଜଧାନୀ ଉପକଣ୍ଠରୁ ପୁଣି ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ । ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡେଶ୍ୱର ନିକଟରୁ ଏକ ପିକଅପ ଭ୍ୟାନଟୁ ୧୦ କ୍ୱିଣ୍ଟାଲ ୫୦ କିଲୋ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ଯାହାର ଅନୁମାନିକ ମୂଲ୍ୟ କୋଟିଏ ଟଙ୍କାରରୁ ଅଧିକ ହେବ । ଖବର ଅନୁଯାୟୀ, ଗଜପତିରୁ ପୁରୀ ଅଭିମୁଖେ ଏକ ପିକ୍ଅପ୍ ଭ୍ୟାନ ଯାଉଥିଲା । କୌଣସି ସୁତ୍ରରୁ ଖବର ପାଇ ଅବକାରୀ ବିଭାଗ ଖୋର୍ଦ୍ଧା ଜିଲ୍ଲା ଚଣ୍ଡେଶ୍ୱର ନିକଟରେ ଚଢାଉ କରିଥିଲା । ଏହି ଚଢାଉରେ ଅବକାରୀ ବିଭାଗକୁ ପିକ୍ଅପ୍ ଭ୍ୟାନ୍ରୁ ୧୦ କ୍ୱିଣ୍ଟାଲ ୫୦ କିଲୋ ଗଞ୍ଜେଇ ମିଳିଥିଲା । ଯାହାର ଆନୁମାନିକ ମୂଲ୍ୟ ୧ କୋଟିରୁ ଅଧିକ । ଏହାସହିତ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଚଳାଇଛି । ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ଖୋର୍ଦ୍ଧା ଗୁଡୁମୁ ଗାଁର ପ୍ରିୟ ରଂଜନ ପଣ୍ଡା ବୋଲି ଜଣାପଡ଼ିଛି ।
