csstore

ମତ୍ସ୍ୟଚାଷୀଙ୍କୁ ଯାଆଁଳାମାଛ ଏବଂ ଖାଦ୍ୟଦ୍ରବ୍ୟ ବଣ୍ଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ “ଆତ୍ମା” ସଂଗଠନ ତରଫରୁ ପାଞ୍ଚଜଣ ମତ୍ସ୍ୟ ଚାଷୀଙ୍କୁ ମାଛ ଯାଆଁଳା ଓ ମାଛ ଖାଦ୍ୟ ବଣ୍ଟନ କରାଯାଇଛି । ଆଗ୍ରହୀ ମାଛ ଚାଷୀଙ୍କୁ ଚୟନ କରି ସେମାନଙ୍କ ନିଜସ୍ୱ ପୋଖରୀରେ ମାଛ ଚାଷ ପ୍ରଦର୍ଶନ କ୍ଷେତ୍ର ପ୍ରସ୍ତୁତ କରିବା ଏହାର ଲକ୍ଷ୍ୟ ବୋଲି କୁହାଯାଇଛି । ମାଛ ଯାଆଁଳା ବଣ୍ଟନ ବେଳେ ଗୋଷ୍ଠୀ କୃଷି ଅଧିକାରୀ ଚୌଧୁରୀ ସନମାର୍ଗ କର, ସହକାରୀ ମତ୍ସ୍ୟ ଅଧିକାରୀ ମନୋରଞ୍ଜନ ନାୟକ, ସହକାରୀ ଉଦ୍ୟାନ ଅଧିକାରୀ ସନ୍ଦୀପ କୁମାର ବଢ଼େଇ, ଗୋଷ୍ଠୀ ବୈଷୟିକ ପରିଚାଳିକା ସ୍ମୃତି ସ୍ମରଣିକା ସାହୁ, କୃଷି ଅଧୀଦର୍ଶକ ଦୁର୍ଗା ପ୍ରସାଦ ପ୍ରଧାନ, ସହକାରୀ ବୈଷୟିକ ପରିଚାଳକ ଗୋପୀନାଥ ଦାଶ ଓ ସୋନାଲି ପ୍ରିୟଦର୍ଶିନୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.