ଛତ୍ରପୁରରେ ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ବିଧାୟକ ପାର୍ଥୀ ଭାଗିରଥି ବେହେରାଙ୍କ ନେତୃତ୍ୱରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆଧୁନିକ ଭାରତ ବିନ୍ଧାଣି ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ସମାରୋହରେ ପାଳିତ ହୋଇଯାଇଛି । ଛତ୍ରପୁର ଅପର-ବସଷ୍ଟାଣ୍ଡ ସ୍ଥିତ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ରାଜୀବ ଗାନ୍ଧୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ରାଜୀବଗାନ୍ଧୀ ଅମର ରହେ, ବୋଲି ନାରା ସ୍ଲୋଗାନ ଦେଇ ସ୍ମୃତିଚାରଣ କରାଯାଇଥିଲା । ପ୍ରଦେଶ କଂଗ୍ରେସ ସଭ୍ୟ ଡ଼ଃ.ଶମ୍ବୁ ପାଣିଗ୍ରାହୀ ଯୋଗଦେଇ ଉପସ୍ଥିତ କର୍ମୀଙ୍କୁ ରାଜୀବ ଗାନ୍ଧୀଙ୍କ ଭାରତବର୍ଷ ପ୍ରତି ମହତ୍ ଅବଦାନ ସମ୍ପର୍କରେ ଉଦବୋଧନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ଡି.ରାମସ୍ୱାମୀ ରେଡ୍ଡୀ, ଟି. କ୍ରିଷ୍ଣା ରେଡ୍ଡୀ ,ଜିଲ୍ଲା ଷ୍ଟ୍ରିରିଂ କମିଟି ସଦସ୍ୟ ଗଣପତି ବାରିକ, ଯୁବ କଂଗ୍ରେସ ନେତା ବଳିଆ ବେହେରା, ଛାତ୍ର କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ମହେଶ କୁମାର ଗୌଡ, ଛାତ୍ର କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇ, ପିସିସି ସଭ୍ୟ ଭବାନୀ ବେହେରା, ପୂର୍ବତନ ନଗର ସଭାପତି କାଳିଆ ରାଉଳ, ଅଶୋକ ପଟ୍ଟନାୟକ, ଟି.ବେଣୁଗୋପାଳ ଆଚାରୀ, ହାଡୁ ରେଡ୍ଡୀ, ବିକ୍ରମ ରେଡ୍ଡୀ, ଆଦିତ୍ୟ ଦାସ, କୁନି ନାୟକ, ରବି ମୁଦୁଲି, ଗୁରୁ ରେଡ୍ଡୀ ପ୍ରମୁଖ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.