ହୁତୁହୁତୁ ହୋଇ ଜଳିଗଲା ‘ଆମ ବସ୍’

ଖୋର୍ଦ୍ଧା : ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ‘ଆମ ବସ୍’। ୧୬ନଂ ଜାତୀୟ ରାଜପଥ ଗଡ଼ ଖୋର୍ଦ୍ଧା ଛକ ନିକଟରେ ଆମ ବସ୍‌ରେ ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସୂଚନାନୁଯାୟୀ, ଆଜି ଏକ ଆମ ବସ୍ ଭୁବନେଶ୍ଵରରୁ ବାହାରି ଖୋର୍ଦ୍ଧା ଅଭିମୁଖେ ଯାଉଥିଲା । ଗଡ଼ ଖୋର୍ଦ୍ଧା ଛକ ନିକଟରେ ଆମ ବସ୍‌ରେ ନିଆଁ ଲାଗି ଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ବସ୍‌ରେ ଯାଉଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି। ସର୍ଟ ସର୍କିଟ୍ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

jittmm
Leave A Reply

Your email address will not be published.