mahavir

ମହାରାଷ୍ଟ୍ର ପୁନେରେ ପ୍ରବାସୀ ଓଡ଼ିଆଙ୍କ ଜନ୍ମାଷ୍ଟମୀ ଉତ୍ସବ ଧୁମ୍‌ଧାମ୍‌ରେ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାରାଷ୍ଟ୍ର ପୁନେରେ ପ୍ରବାସୀ ଓଡ଼ିଆମାନେ ସମସ୍ତେ ଏକତ୍ରିତ ହୋଇ ହିନ୍ଦୁ ଧର୍ମର ବଡ ପର୍ବ ଜନମାଷ୍ଟମୀ ପାଳନ କରିଛନ୍ତି ଅଗଷ୍ଟ ମାସର ପନ୍ଦର ତାରିଖ ଦିନ । ଏହି ପର୍ବ ହେଉଛି ଭକ୍ତି, ନମ୍ରତା ଏବଂ ଧାର୍ମିକତାର ପରିଚୟ, ଏହାର ବିବିଧ ପରମ୍ପରା ଏବଂ ରୀତିନୀତି ମାଧ୍ୟମରେ ଆଧ୍ୟାତ୍ମିକ ମୂଲ୍ୟବୋଧକୁ ପହଞ୍ଚାଇଥାଏ । ଏହି ଉତ୍ସବ ଲୋକମାନଙ୍କୁ ଏକତ୍ରିତ କରି ଭାରତର ସମୃଦ୍ଧ ସାଂସ୍କୃତିକୁ ଭଗବାନ କୃଷ୍ଣଙ୍କ ଜୀବନର ଅବିସ୍ମରଣୀୟ ବାର୍ତ୍ତା ପ୍ରଦର୍ଶନ କରିଥାଏ ଅଗଷ୍ଟ ୧୫ ତାରିଖରେ ନୀଳାଞ୍ଚଳ ମିତ୍ର ମଣ୍ଡଳ ଆନୁକୁଲ୍ୟରେ ମହେଶ ଦାଦା ସ୍ପୋର୍ଟସ ଫାଉଣ୍ଡେସନ, ଭୋଷରୀ ଠାରେ ଓଡ଼ିଆ ଲୋକଙ୍କ ଦ୍ୱାରା ଧୁମଧାମ ରେ ପାଳନ କରାଯାଇଥିଲା ଏହି ପବିତ୍ର ପର୍ବ । ସନ୍ଧ୍ୟାରେ ଭଗବାନ କୃଷ୍ଣଙ୍କୁ ରୀତି ନୀତିରେ ପୂଜା ପାଠ କରି କୃଷ୍ଣ ନାମ ଜପ କରିଥିଲେ ହଜାର ହଜାର ଭକ୍ତ ମାନେ, ସଂକୀର୍ତ୍ତନ୍ୟ ଦଳମାନେ ଭକ୍ତି ଭାବରେ ନାଚି ନାଚି କୃଷ୍ଣ ପ୍ରେମରେ ମଜ୍ଜି ଯାଏଁ ଥିଲେ । ସୁଦୂର ବରଗଡ ଜିଲା ସୋହେଲା ବ୍ଲକ ବୁଡ଼ାମାଳ ଗ୍ରାମର ମା ମାହେଶ୍ଵରୀ ସକୀର୍ତ୍ତନ ଦଳ ଏଥିରେ ଯୋଗ ଦେଇଥିଲେ । ଗାୟିକା ନୀକିତା, ଓ ସରିତା ବେହେରାଙ୍କ ଗୀତ, ବାଦ୍ୟ ତାଳର ମିଶ୍ରଣରେ ଭକ୍ତମାନ ଭ।ବବିହ୍ୱଳ ହୋଇ କୃଷ୍ଣ ନାମଧରି ନାଚି ଥିଲେ । ପ୍ରାୟ ପାଞ୍ଚ ହଜାର ଭକ୍ତ ଏଥିରେ ଭାଗ ନେଇ ନିଜକୁ ଧନ୍ୟ ମନେ କରିଥିଲେ । ଆଜକୁ ଦୀର୍ଘ ଆଠ ବର୍ଷ ହେଲା ନୀଳାଞ୍ଚଳ ମିତ୍ର ମଣ୍ଡଳର ସଭ୍ୟମାନଙ୍କ ଦ୍ୱାରା ଓଡ଼ିଆମାନଙ୍କ ସ୍ମୁତି ବଞ୍ଚାଇ ରଖିବା ପାଇଁ ବିଭିନ୍ନ ପର୍ବ ପାଳନ କରାଯାଇ ଥାଏ, ଆଜିକାର ଏହି ପର୍ବକୁ ସଞ୍ଜୟ ପରିଡ଼ା, ଗୋବର୍ଦ୍ଧନ ନାୟକ, ପରଦେଶୀ ସାହୁ, ତପନ ରାଉତ, ଗରୁଡ଼ ଦାସ, ଶ୍ରୀନିବାସ ପ୍ରଧାନ, ଦିଲିପ ସ୍ୱାଇଁ, ଆଶିଷ କୁମାର, ମିଥୁନ ଓ ଆହୁରି ଅନେକ ସଭ୍ୟ ପରିଚାଳନା କରିଥିଲେ । ସମସ୍ତ ପ୍ରବାସୀ ଓଡ଼ିଆ ପରିବାରମାନଙ୍କୁ ସଂଘର ଜିତେନ୍ଦ୍ର ମିଶ୍ର, ଓ କର୍ମକର୍ତ୍ତା ମାନେ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.