ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ରେଙ୍ଗାଲି ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତା ୧୬-୮-୨୫ ଶନିବାର ସିଆରସିସି ଦେବାଶିଷ ସାହୁଙ୍କ ଅଧ୍ୟକ୍ଷତାରେ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମର ସାଧନ ସ୍ତରୀୟ ଶିକ୍ଷା ସଭା ଆୟୋଜିତ ହୋଇଯାଇଛି । ପ୍ରକାଶ ଯୋଗ୍ୟ କି ଯେ, ଗତ ଗ୍ରୀଷ୍ମ ଅବକାଶରେ ଶିକ୍ଷକମାନେ ଘରକୁ ଘର ଯାଇ ଚାଇଲଡ ଟ୍ରେକିଙ୍ଗ ସର୍ଭେ କରିଥିଲେ । ସେହି ସର୍ଭେ ଅନୁସାରେ ବୁଦୁଲା ପଂଚାୟତର ୨୨ଜଣ ଛାତ୍ରଛାତ୍ରୀ ଡ୍ରପଆଉଟ ଚିହ୍ନଟ ହୋଇଥିବା ସୂଚନାରୁ ପ୍ରକାଶ । ସେହି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ପାଇଁ ସରକାର “ଆସ ଆମେ ସ୍କୁଲଯିବା”, କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଝଓଙଝ ବଦ୍ଭୟ ଘଓଙଝ ମାଧ୍ୟମ ରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାସ କରିବାର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି । ଆଇଟିଆଇ ଭଳି ଧନ୍ଦାମୂଳକ ଶିକ୍ଷାରେ ନାମ ଲେଖାଇ ଅଧାରୁ ପାଠ ଛାଡୁଥିବା ପିଲା ଉପକ୍ରୁତ ହୋଇପାରିବେ । କ୍ଲଷ୍ଟର ସ୍ତରୀୟ ଶିକ୍ଷା ସଭାରେ ଅତିଥିଭାବେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରବିଣ ପାଣିଗ୍ରାହୀ, ମୁଖ୍ୟ ବକ୍ତା ଦିଲିପ କୁମାର ଧଳ, ସମ୍ମନୀତ ଅତିଥି କୁଞବିହାରୀ ବେହେରା, ରତନ ରଣା, ବ୍ୟାସ ଦେବ ପଧାନ, ପ୍ରଶନ୍ନ କୁମାର ଭୋଇ, ସୁଶାନ୍ତ କୁମାର ମଲ୍ଲିକ, ଉମେଶକୁ ଭୋଇ ପ୍ରମୁଖ ଉପସ୍ଥିତ ରହି ଡ୍ରପଆଉଟ ପିଲାଙ୍କୁ ମୁଖ୍ୟ ସ୍ରୋତରେ ଫେରାଇ ଆଣିବା ପାଇଁ ସଫଳ କାହାଣୀମାନ ଉପସ୍ଥାପନ କରିଥିଲେ । ସ୍ଥାନୀୟ ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ଗ୍ରାମବାସୀ ତଥା ବିଭିନ୍ନ ସ୍କୁଲରୁ ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପରିଶେଷରେ ଅଶ୍ୱିନୀକୁ ମାରସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Prev Post