ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଶେରଗଡ଼ ନିକଟସ୍ଥ ଧନନ୍ତର ସେବା ସମବାୟ ସମିତି ସମ୍ମୁଖ ରାସ୍ତାରେ ଦୁର୍ଘଟଣା । ଦୁଇଟି ବସ୍ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଦୁଇ ଡ୍ରାଇଭର ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ରବିବାର ସକାଳ ପ୍ରାୟ ୬ଟା ବେଳେ ଚନ୍ଦ୍ରତାରା ନାମକ ଘରୋଇ ବସ୍ କାଟୁ ପଟୁ ଆସୁଥିଲା । ଏହି ସମୟରେ ଶେରଗଡ଼ ପଟୁ ପୁରୀ ଯାଉଥିବା ରାଜ୍ୟ ସଡ଼କ ପରିବହନ ନିଗମର ବସ୍ ସହିତ ଧକ୍କା ହୋଇଥିଲା । ଫଳରେ ଉଭୟ ବସ୍ର ଡ୍ରାଇଭର ଗୁରୁତର ଆହତ ହୋଇଥିଲେ । ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏସମ୍ପର୍କରେ ଖବର ପାଇ ଶେରଗଡ ପୁଲିସ ଘଟଣାସ୍ଥଳରେ ତଦନ୍ତ କରୁଛି ।