csstore

ଦେଶଭକ୍ତି ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୭୯ ତମ ସ୍ୱାଧୀନତା ଦିବସ ପାଳନ ଅବସରେ ସଂଗୀତ ସମିତି ପଦ୍ମପୁର ତରଫରୁ ଦେଶଭକ୍ତି ସଂଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ପଦ୍ମପୁର ରାଜାଜୀ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପାଣ୍ଡବ ଶବର ଓ ସମ୍ମାନିତ ଅତିଥିଭାବେରେ ଲାଇନ୍ସ କ୍ଳବ ସଭାପତି ପ୍ରୀତମ ମେହେର, ଯୁବ ନେତା ପ୍ରିତେଶ ବହିଦାର , ସମାଜସେବୀ ସୁରେଶ ଅଗ୍ରୱାଲ ଯୋଗ ଦାନ କରି ମା ସରସ୍ୱତୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ସଂଗୀତ ସମିତି ସଭାପତି ରାଜେଶ ଗୁର୍ଲା ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ମିନାକ୍ଷୀ ଭୋଇଙ୍କ ନୃତ୍ୟ ନିର୍ଦ୍ଦେଶନାରେ ” ହେପି ଫିଡ଼ ଡ୍ୟାନ୍ସ ଏକାଡେମୀ ” ର କଳାକାର ମାନେ ନୃତ୍ୟ ପରିବେଷଣ କରିଥିଲେ । ଓ ସଙ୍ଗୀତ ସମିତି ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ଦେଶଭକ୍ତି ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଭିନେତା ବିଶ୍ରାମ ମେହେରଙ୍କୁ ” ମହୁରୀ ସମ୍ମାନ ” ରେ ମୁଖ୍ୟ ଅତିଥି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମର ପରିଚାଳନାରେ ରାଜେନ୍ଦ୍ର ମହାନ୍ତି, ସୁରେନ୍ଦ୍ର ସାହୁ, ଅନିଲ ଗୁର୍ଲା, ଗୋପବନ୍ଧୁ ଶିକା, ଟୁନା ବାରିକ ସମ୍ଭୁ ବାଗ, ଅଞ୍ଜଳି ପରିଡା, ବର୍ଷା ମେହେର, ତ୍ରିସା, ନେହା, ରାଧାକାନ୍ତ, ଆଶିଷ, ପିଙ୍କୁ, ବାଦ୍ୟ ଯନ୍ତ୍ରରେ ବାବୁଲୁ, ସୁରୁ, ଜୀବର୍ଦ୍ଧନ, ରାଜା, ସହଯୋଗ କରିଥିଲେ । ଶେଷରେ ରମେଶ ଗୁର୍ଲା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.