pr

ଅଭିଭାବକ ବୈଠକ ଅନୁଷ୍ଠିତ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ତୃତୀୟ ଅଭିଭାବକ ବୈଠକ ପ୍ରଧାନ ଶିକ୍ଷକ ଡ଼ ଦ୍ଵାଦଶ କୁମାର ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଶିକ୍ଷୟିତ୍ରୀ ନିରୁପମା ସାହୁ, ସରୋଜ ପ୍ରଧାନ ଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ବୈଠକରେ ୬୫ ଜଣ ଅଭିଭାବକ ଅଭିଭାବିକା ଯୋଗଦାନ କରିଥିଲେ । ପ୍ରଧାନ ଶିକ୍ଷକ “ଆସ ସ୍କୁଲ ଯିବା” ଅଭିଯାନରେ ଅଧାରୁ ପାଠ ଛାଡ଼ିଥିବା, ଆଦୌ ନାମ ଲେଖାଇନଥିବା ଏବଂ ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟବ୍ୟାପୀ ଅଭିଯାନ, ନିପୁଣ ଓଡ଼ିଶା ମିଶନ, ରାଜ୍ୟ ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ, ଭିନ୍ନକ୍ଷମ ଶିକ୍ଷାର୍ଥୀ, ଧନ୍ଦା ମୂଳକ ଶିକ୍ଷା, କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ, ଆବାସିକ ଛାତ୍ରାବାସ, ସ୍ଵତନ୍ତ୍ର ତାଲିମ, ମାତୃଭାଷା ଭିତ୍ତିକ ବହୁଭାଷୀ ଶିକ୍ଷା କାର୍ଯ୍ୟକ୍ରମ ଉପଲବ୍ଧୀ ସମ୍ପର୍କରେ ଅବଗତ କରାଇଥିଲେ । ଜ୍ୟୋତିର୍ମୟୀ ପଟ୍ଟନାୟକ ବିଦ୍ୟାଳୟର ସୈକ୍ଷିକ ବାତାବରଣ ବିଷୟରେ ଆଲୋକପାତ କରିଥିଲେ । ଅଭିଭାବକ ଅଭିଭାବିକା ମାନେ ଗଠନ ମୂଳକ ମତାମତ ପ୍ରଦାନ କରିଥିଲେ । ସୁଦାମ ପାଣ୍ଡେ, ଯଶୋବନ୍ତ ସାହା, ଶିବମ ନାଏକ, ଛବିଲାଲ ସେଠ୍, ଲଳିତ କୁମାର ବିଶ୍ଵାଳ, ଅମିତ ସାହୁ, ମନୋଜ ସାହୁ, ସ୍ଵାଧୀନ, ମୀନା କୁମାରୀ ଦାସ ପ୍ରମୁଖ ସହଯୋଗ କରିଥିଲେ । ରଜତ କୁମାର ସାହୁ ଅତିଥି ପରିଚୟ ଏବଂ ବବିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.