pr

ଜଙ୍ଗଲ ଭିତରେ ଚୋରା କାଠ ଫ୍ୟାକ୍ଟ୍ରି ଠାବ : ଶାଗୁଆନ ଗଣ୍ଡି ସହ ଯନ୍ତ୍ରପାତି ଜବତ

dr. purohit

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ହରିଶଙ୍କର ରେଞ୍ଜ ଅଞ୍ଚଳରେ ଚାଲିଛି କାଠ ମାଫିଆଙ୍କ ଆତଙ୍କ ରାଜ । ବେଇଆଇନ ବେଧଡକ ଭାବେ କାଠ ମାଫିଆମାନେ ବହୁ ମୂଲ୍ୟବାନ ଗଛ କାଟି ରାଜ୍ୟବାହାରକୁ ଚାଲାଣ କରୁଛନ୍ତି । ଅନ୍ତଃରାଜ୍ୟ କାଠ ମାଫିଆ ମାନଙ୍କ ସହ ମିଶି କେତେକ ସ୍ଥାନୀୟ କାଠ ମାଫିଆ ଜଙ୍ଗଲକୁ ସଫା କରିବାକୁ ବସିଲେଣି । ହରିଶଙ୍କର ବନ ବିଭାଗ ଶୁକ୍ରବାର ମଧ୍ୟରାତ୍ରି ପରେ ଚଢାଉ କରି ବେଆଇନ୍ ଶାଗୁଆନ କାଠ ସହ ବିଭିନ୍ନ କାଠ କଟା ଯନ୍ତ୍ରପାତି ଜବତ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ହରିଶଙ୍କର ବନାଞ୍ଚଳ ଅଧିକାରୀ ତଥା ଏସିଏଫ୍‌ ଅରବିନ୍ଦ ନାଏକଙ୍କ ସହ ଧଣ୍ଡାମୁଣ୍ଡା ବନପାଳ ଇନ୍ଦ୍ରମଣି ବେହେରା, ଖପ୍ରାଖୋଲ ବନପାଳ ସୁଧୀର ଜେନା, ବନରକ୍ଷୀ ମଞ୍ଜୁ କୁମ୍ଭାର ଏବଂ ବନ ସୁରକ୍ଷା ଦଳ ମିଶି ବୁଡେନ ବିଟ୍‌ ଅନ୍ତର୍ଗତ ଟେଙ୍ଗରାପଥର ନିକଟସ୍ଥ ଜଙ୍ଗଲରେ ଚଢ଼ାଉ କରି ୧୫ ଖଣ୍ଡ ଶାଗୁଆନ କାଠ ଗଣ୍ଡି ସହ ବିଭିନ୍ନ କାଠ କଟା ଯନ୍ତ୍ରପାତି ଜବତ କରି ଖପ୍ରାଖୋଲ ବନବିଭାଗ କାର୍ଯ୍ୟାଳୟକୁ ଆଣିଥିବା ସୂଚନା ମିଳିଛି । ଜବତ କରିଥିବା କାଠ ଏବଂ ଯନ୍ତ୍ରପାତିର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି । କାଠ ମାଫିଆମାନେ ବିନ୍ଦାସ ଭାବରେ ଜଙ୍ଗଲ ଭିତରେ ରହି ଚୋରା କାଠ ଫାକ୍ଟ୍ରି ଖୋଲି ବସିଛନ୍ତି । ବନବିଭାଗକୁ କାଁ ଭାଁ ଖବର ମିଳିଲେ ଚଢ଼ାଉ କରୁଥିବା ନଜରକୁ ଆସୁଛି । ଅନ୍ୟପକ୍ଷରେ ଏହି ଅଞ୍ଚଳରେ ବେଧଡ଼କ ଭାବେ କାଠର ଚୋରା ଚାଲାଣ ହୋଉଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

nrusinghnath
Leave A Reply

Your email address will not be published.