ସ୍ୱାଧୀନତା ଦିବସ ଉପଲକ୍ଷେ ୧୦୯୦ ଜଣ ପୁଲିସ, ଅଗ୍ନିଶମ, ଗୃହରକ୍ଷୀ, ବେସାମରିକ ପ୍ରତିରକ୍ଷା ଏବଂ ସଂସ୍କାର ସେବା କର୍ମୀଙ୍କୁ ସାହସିକତା ଓ ସେବା ପଦକ ପ୍ରଦାନ

  • ଓଡ଼ିଶାର ୯ ଜଣଙ୍କୁ ସାହସିକତା ପଦକ, ୨ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ଏବଂ ୧୧ ଜଣଙ୍କୁ ପ୍ରଶଂସନୀୟ ସେବା ପଦକ

ନୂଆଦିଲ୍ଲୀ, (ପିଆଇବି) : ସ୍ୱାଧୀନତା ଦିବସ ୨୦୨୫ ଉପଲକ୍ଷେ ମୋଟ୍ ୧୦୯୦ ଜଣ ପୁଲିସ, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ଏବଂ ସଂସ୍କାର ସେବା କର୍ମୀଙ୍କୁ ସାହସିକତା ଓ ସେବା ପଦକ ପ୍ରଦାନ କରାଯାଇଛି । ଦେଶର ୨୩୩ ଜଣ କର୍ମୀଙ୍କୁ ସାହସିକତା ପଦକ, ୯୯ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ଏବଂ ୭୫୮ ଜଣଙ୍କୁ ପ୍ରଶଂସନୀୟ ସେବା ପଦକ ପ୍ରଦାନ କରାଯାଇଛି । ସାହସିକତା ପଦକ ପାଇଥିବା ୨୩୩ ଜଣଙ୍କ ମଧ୍ୟରେ ୨୨୬ ଜଣ ପୁଲିସ, ୬ ଜଣ ଅଗ୍ନିଶମ ଏବଂ ଜଣେ ଲେଖାଏଁ ଗୃହରକ୍ଷୀ ଓ ବେସାମରିକ ସେବା କର୍ମୀ ରହିଛନ୍ତି । ଓଡ଼ିଶାର ମୋଟ୍ ୯ ଜଣଙ୍କୁ ସାହସିକତା ପଦକ ପ୍ରଦାନ କରାଯାଇଛି । ସେହିପରି ୨ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ଏବଂ ୧୧ ଜଣଙ୍କୁ ପ୍ରଶଂସନୀୟ ସେବା ପଦକ ମିଳିଛି । ଓଡ଼ିଶାର ୨ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ପ୍ରଶଂସନୀୟ ସେବା ପଦକ ମିଳିଛି । ସେହିପରି ରାଜ୍ୟର ବେସାମରିକ ପ୍ରତିରକ୍ଷା ଏବଂ ଗୃହରକ୍ଷୀ ବିଭାଗର ୨ ଜଣ କର୍ମୀ ମଧ୍ୟ ପ୍ରଶଂସନୀୟ ସେବା ପଦକ ପାଇଛନ୍ତି । ସଂସ୍କାର ସେବା କ୍ଷେତ୍ରରେ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ଏବଂ ୨ ଜଣଙ୍କୁ ପ୍ରଶଂସନୀୟ ସେବା ପଦକ ମିଳିଛି । ସାହସିକତା ପଦକ ପାଇଥିବା କର୍ମୀମାନେ ହେଲେ ପୁଲିସ ଏସଆଇ ଅମରେଶ ଚନ୍ଦ୍ର ନରେନ୍ଦ୍ର, କନେଷ୍ଟବଳ ଜିତେନ୍ଦ୍ର କୁମାର ନାୟକ, ଓଏପିଏଫ କର୍ମୀ ଅର୍ଜୁନ ମଲ୍ଲିକ ଓ ଯୁଦ୍ଧିଷ୍ଠିର ମଲ୍ଲିକ, ହାବିଲଦାର ଅଶ୍ୱିନୀ କୁମାର ବାଗ ଏବଂ କମାଣ୍ଡୋ ଡମ୍ବରୁଧର ଭୋଇ, ନବୀନ କୁମାର ସାହୁ, ପ୍ରଦୀପ ଶ୍ରେଷ୍ଠ ଓ ଅଭିମନ୍ୟୁ ମାଝୀ । ସେହିପରି ଓଡ଼ିଶା ପୁଲିସର ଅତିରିକ୍ତ ଅଧିକ୍ଷକ ରବୀନ୍ଦ୍ର କୁମାର ପଣ୍ଡା ଏବଂ କମାଣ୍ଡାଣ୍ଟ ନରେଶ କୁମାର ପଟେଲ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ପାଇବାକୁ ମନୋନିତ ହୋଇଛନ୍ତି । ଓଡ଼ିଶାର ୧୧ ଜଣଙ୍କୁ ସ୍ୱାଧୀନତା ଦିବସ ଉପଲକ୍ଷେ ପ୍ରଶଂସନୀୟ ସେବା ପଦକ ପାଇଁ ମନୋନିତ କରାଯାଇଛି । ସେମାନେ ହେଲେ ସହାୟକ ମହାନିରୀକ୍ଷକ (ଏଆଇଜି) ମହେଶ୍ୱର ସେଠୀ, ଅତିରିକ୍ତ ଏସପି ପ୍ରଦୀପ କୁମାର ପ୍ରଧାନ, ଅତିରିକ୍ତ ଏସପି ଦେବେନ୍ଦ୍ର ନାରାୟଣ ଦାଶ, ଡିଏସପି ଆଶୀଷ କୁମାର ରାଉତ, ଇନ୍ସପେକ୍ଟର ଏ ଶ୍ରୀନିବାସ ଦୋରା, ଡିଏସପି ହେମାମାଳିନୀ ନାୟକ, କମାଣ୍ଡାଣ୍ଟ ସୂର୍ଯ୍ୟନାରାୟଣ ମଲ୍ଲିକ, ଇନ୍ସପେକ୍ଟର ସନ୍ତୋଷ କୁମାର ମିର୍ଦ୍ଧା, ଏଏସଆଇ ଅରୁଣ କୁମାର ସାମନ୍ତ, ଏଏସଆଇ ଅରବିନ୍ଦ ଦାସ ଏବଂ କନେଷ୍ଟବଳ ଚିନ୍ମୟୀ ରାଉତ । ଧନଜୀବନ ରକ୍ଷା, ଅପରାଧ ରୋକିବା କିମ୍ବା ଅପରାଧୀଙ୍କୁ ଗିରଫ କରିବା ଭଳି ବିରଳ ସାହସିକତା କାର୍ଯ୍ୟ ଏବଂ ଉତ୍କୃଷ୍ଟ ସାହସିକତା କାର୍ଯ୍ୟ ଆଧାରରେ ସାହସିକତା ପଦକ ପ୍ରଦାନ କରାଯାଇଥାଏ । ଏଥିରେ ସମ୍ପୃକ୍ତ କର୍ମଚାରୀଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ନିର୍ବାହରେ ବିପଦକୁ ଆକଳନ କରି ଏହି ପଦକ ଦିଆଯାଇଥାଏ । ୨୩୩ଟି ସାହସିକତା ପଦକ ପାଇଥିବା କର୍ମୀଙ୍କ ମଧ୍ୟରୁ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳର ୫୪ ଜଣ, ଜମ୍ମୁ ଏବଂ କାଶ୍ମୀର ଅଞ୍ଚଳର ୧୫୨ ଜଣ, ଉତ୍ତର-ପୂର୍ବାଞ୍ଚଳର ୩ ଜଣ ଏବଂ ଅନ୍ୟାନ୍ୟ ଅଞ୍ଚଳର ୨୪ ଜଣ କର୍ମଚାରୀଙ୍କୁ ସେମାନଙ୍କ ସାହସିକ କାର୍ୟ୍ୟ ପାଇଁ ସମ୍ମାନିତ କରାଯାଇଛି । ସେବା ନିର୍ବାହ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ରେକର୍ଡ ପାଇଁ ରାଷ୍ଟ୍ରପତିଙ୍କ ବିଶିଷ୍ଟ ସେବା ପଦକ ପ୍ରଦାନ କରାଯାଏ ଏବଂ ସମ୍ବଳ ଓ କର୍ତ୍ତବ୍ୟ ନିର୍ବାହ ପ୍ରତି ନିଷ୍ଠା ଦ୍ୱାରା ପରିଭାଷିତ ମୂଲ୍ୟବାନ ସେବା ପାଇଁ ପ୍ରଶଂସନୀୟ ସେବା ପଦକ ପ୍ରଦାନ କରାଯାଇଥାଏ । ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ପାଇଥିବା ୯୯ ଜଣ କର୍ମୀଙ୍କ ମଧ୍ୟରୁ ୮୯ ଜଣ ପୁଲିସ, ୫ ଜଣ ଅଗ୍ନିଶମ, ୩ ଜଣ ବେସାମରିକ ସେବା ଓ ଗୃହରକ୍ଷୀ ଏବଂ ୨ ଜଣ ସଂସ୍କାର ସେବା କର୍ମଚାରୀ ରହିଛନ୍ତି । ସେହିପରି ପ୍ରଶଂସନୀୟ ସେବା ପଦକ ପାଇଥିବା ୭୫୮ ଜଣଙ୍କ ମଧ୍ୟରେ ୬୩୫ ଜଣ ପୁଲିସ କର୍ମୀ, ୫୧ ଜଣ ଅଗ୍ନିଶମ କର୍ମୀ, ୪୧ ଜଣ ବେସାମରିକ ସେବା ଓ ଗୃହରକ୍ଷୀ କର୍ମୀ ଏବଂ ୩୧ ଜଣ ସଂସ୍କାର ସେବା କର୍ମୀ ଅଛନ୍ତି । ଓଡ଼ିଶାର ମୋଟ୍ ୯ ଜଣଙ୍କୁ ସାହସିକତା ପଦକ ପ୍ରଦାନ କରାଯାଇଛି ।

ପଦକର ନାମ ପୁଲିସ ସେବା ଅଗ୍ନିଶମ ସେବା ବେସାମରିକ ସେବା ଓ ଗୃହରକ୍ଷୀ ସେବା ସଂସ୍କାର ସେବା ମୋଟ୍‌
ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ (ପିଏସଏମ)
(ମୋଟ୍‌ ପଦକ : ୯୯) ୮୯ ୫ ୩ ୨ ୯୯
ପ୍ରଶଂସନୀୟ ସେବା ପଦକ
(ମୋଟ୍‌ ପଦକ: ୭୫୮) ୬୩୫ ୫୧ ୪୧ ୩୧ ୭୫୮

ପଦକ ବିଜେତାଙ୍କ ତାଲିକା ନିମ୍ନରେ ପ୍ରଦାନ କରାଯାଇଛି:
କ୍ରଂସଂ ବିଷୟ
ପଦକଗୁଡ଼ିକର ସଂଖ୍ୟା ସଂଲଗ୍ନକ

୧ ସାହସିକତା ପାଇଁ ପଦକ (ଜିଏମ) ୨୩୩ ତାଲିକା-ଓ
୨ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ୯୯ ତାଲିକା- ଓଓ
୩ ପ୍ରଶଂସନୀୟ ସେବା ପଦକ ୭୫୮ ତାଲିକା- ଓଓଓ
୪ ରାଜ୍ୟ/ବାହିନୀ ୱାରୀ ପଦକ ବିଜେତାଙ୍କ ତାଲିକା ତାଲିକା ଅନୁଯାୟୀ ତାଲିକା- ଓଠ

ତାଲିକା-ଓ ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ
ତାଲିକା- ଓଓ ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ
ତାଲିକା- ଓଓଓ ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ
ତାଲିକା- ଓଠ ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ
ଅଧିକ ବିବରଣୀ www.mha.gov.in and https://awards.gov.in. ପାଇଁ ଦେଖନ୍ତୁ।

jittmm
Leave A Reply

Your email address will not be published.