ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଅଭିଯାନ ଉପଲକ୍ଷେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼, ସରୋଜ ପଣ୍ଡାଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧକ୍ଷ ଡ଼ଃ ସରୋଜ କୁମାର ପଣ୍ଡା ଏହି ଯାତ୍ରାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅଧ୍ୟାପକ ତ୍ରିନାଥ ପରିଡା, ଯୁଧିଷ୍ଠିର ଘଟୁଆରୀ, ଡ଼ ଲକ୍ଷ୍ମୀଧର ପାଇକରାୟ, ସୁବାସ ଚନ୍ଦ୍ର ସେଠୀ, ଗ୍ରନ୍ଥଗାରିକ ଦାଶରଥୀ ବଳବନ୍ତରାୟ ଓ ସମ୍ରାଟ କିଶୋର ଗିରିଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ତ୍ରିରଙ୍ଗା ପଦ ଯାତ୍ରାରେ ୧୦୦ ଜଣ ଛାତ୍ରଛାତ୍ରୀ କଲେଜ ପରିସରରୁ ବାହାରି ବୟାବଜାର, ଡେଲାଙ୍ଗ ହାଟ ବଜାର, ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ବିଭିନ୍ନ ଦେଶାତ୍ମକ ସ୍ଲୋଗାନ ଦେଇ ତ୍ରିରଙ୍ଗା ପଦଯାତ୍ରା କରିଥିଲେ । ସେଠାରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଏଥି ପୂର୍ବରୁ କଲେଜ ପରିସରରେ ‘ଫ୍ରିଡମ ଟ୍ରି ‘ ଚାରା ରୋପଣ କରାଯାଇଥିଲା ।
