ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀରେ ହର ଘର ତିରଙ୍ଗା ବାଇକ୍ ଶୋଭାଯାତ୍ରା

  • କେନ୍ଦ୍ର ମନ୍ତ୍ରୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ସାଂସଦମାନେ ଶୋଭାଯାତ୍ରାର ଭାଗନେଲେ
  • ଭାରତର ଯାତ୍ରାକୁ ଅମୃତ କାଳ ଆଡକୁ ଅଗ୍ରସର କରିଛି ହର ଘର ତିରଙ୍ଗା ବାଇକ୍ ଶୋଭାଯାତ୍ରା : ଗଜେନ୍ଦ୍ର ସିଂ ଶେଖାଓ୍ୱତ୍

ନୂଆଦଲ୍ଲୀ, (ପିଆଇବି) : ସ୍ୱାଧୀନତା ଦିବସ ପୂର୍ବରୁ ମଙ୍ଗଳବାର ଦିନ ନୂଆଦିଲ୍ଲୀର ଭାରତ ମଣ୍ଡପମରୁ ଏକ ବିଶାଳ ହର ଘର ତିରଙ୍ଗା ବାଇକ୍ ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ, କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ୍, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ଅନେକ ସାଂସଦ ଏହି ଦେଶାତ୍ମବୋଧକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଜନତାଙ୍କୁ ସମ୍ବୋଧିତ କରି ଗଜେନ୍ଦ୍ର ସିଂହ ଶେଖାୱତ ତ୍ରିରଙ୍ଗାକୁ ଏକ ସମୂହ ଶକ୍ତି ଭାବରେ ଗୁରୁତ୍ୱାରୋପ କରିଥିଲେ, ଯାହା ନାଗରିକମାନଙ୍କୁ ଦେଶ ପାଇଁ ଦିଆଯାଇଥିବା ବଳିଦାନର ସ୍ମୃତିଚାରଣ କରାଇଥାଏ । ସେ କହିଥିଲେ ଯେ, “ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କଳ୍ପନା କରାଯାଇଥିବା, ଏହି ଅଭିଯାନରୁ-ଉତ୍ସବରେ ପରିଣତ ହୋଇଥିବା କାର୍ଯ୍ୟକ୍ରମ, ବିଶେଷକରି ‘ଅପରେସନ ସିନ୍ଦୂର’ର ସଫଳତା ପରେ ସମଗ୍ର ଦେଶରେ ଏକ ଉତ୍ସାହର ବାତାବରଣ ବ୍ୟାପିଯାଇଛି । କେନ୍ଦ୍ରମନ୍ତ୍ରୀ ତ୍ରିରଙ୍ଗାର ସ୍ଥାୟୀ ପ୍ରତୀକକୁ ଏକତା ଏବଂ ତ୍ୟାଗର ଏକ ସମ୍ମିଳିତ ସମାହାର ଭାବରେ ଗୁରୁତ୍ୱାରୋପ କରିଥିଲେ । ଅପରେସନ୍ ସିନ୍ଦୂର ଦ୍ୱାରା ସୃଷ୍ଟି ହୋଇଥିବା ଗତିରୁ ପ୍ରେରିତ ହୋଇ, ସେ ଉଲ୍ଲେଖ କରିଥିଲେ ଯେ, ଦେଶ ଅତୁଳନୀୟ ଉତ୍ସାହ ଏବଂ ଗର୍ବର ପରିବେଶରେ ଆଚ୍ଛାଦିତ – ସଶସ୍ତ୍ର ବାହିନୀର ବୀରତ୍ୱ ଏବଂ ଭାରତ ପ୍ରତି ଗଭୀର ସାମୂହିକ ଆନ୍ତରିକତା ଉଭୟକୁ ପ୍ରତିଫଳିତ କରୁଛି । ସେ ଉଲ୍ଲେଖ କରିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କଳ୍ପିତ ଆଧୁନିକ ଅଭିଯାନରୁ ଉତ୍ସବରେ ପରିଣତ ହୋଇଥିବା ‘ହର ଘର ତିରଙ୍ଗା’ ପ୍ରୟାସ ମାଧ୍ୟମରେ କିପରି ଜନଆନ୍ଦୋଳନରେ ପରିଣତ ହୋଇଛି । ଏକ ଗଭୀର ଭାବନା, ଯାହା ଭାରତକୁ ‘ବିକଶିତ ଭାରତ’ହେବା ଦିଗରେ, ସୁନିଶ୍ଚିତ ପଦକ୍ଷେପ ମାଧ୍ୟମରେ ‘ଅମୃତ କାଳ’କୁ ପ୍ରବେଶ କରୁଥିବାବେଳେ ଗଭୀର ଭାବେ ପ୍ରତିଧ୍ୱନିତ ହେଉଛି । ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏକତା ଏବଂ ଗର୍ବର ଭାବନାକୁ ପ୍ରତିଧ୍ୱନିତ କରି କହିଛନ୍ତି: ‘ଭାରତ ମାତା କୀ ଜୟ’ ଧ୍ୱନି ସହିତ, ହଜାର ହଜାର ବାଇକ୍ ଚାଳକ ଆଜି ତ୍ରିରଙ୍ଗା ଧରି ବାହାରିଛନ୍ତି । ଆମର ସାଂସଦଙ୍କଠାରୁ ସେନାବାହିନୀ ପର୍ଯ୍ୟନ୍ତ, ଦେଶପ୍ରେମର ଭାବନା ପରିବେଶକୁ ବିମୋହିତ କରୁଛି । ଏହି ଜାତୀୟ ଉତ୍ସବକୁ ପ୍ରତ୍ୟେକ ଘରେ ପହଞ୍ଚାଇବା ପାଇଁ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଉଛି ।” ଭାରତୀୟ ପତାକାର ଲହର ଏବଂ “ଭାରତ ମା କୀ ଜୟ” ର ପ୍ରତିଧ୍ୱନିରେ ସୁଶୋଭିତ ଏହି ଶୋଭାଯାତ୍ରା ଏକ ମନୋହର ଏବଂ ଭାବପ୍ରବଣ ଭାବରେ ପ୍ରତିଧ୍ୱନିତ ଯାତ୍ରାର ଦୃଶ୍ୟକୁ ପ୍ରତିପାଦନ କରିଥିଲା – ଜାତୀୟ ରାଜଧାନୀରେ ଦେଶପ୍ରେମ ଏବଂ ଏକତାର ଭାବନାକୁ ପ୍ରକାଶ କରିଥିଲା । ଚାଲିଥିବା ହର ଘର ତିରଙ୍ଗା ଅଭିଯାନର ଏକ ଅଂଶ ଭାବରେ, ନାଗରିକମାନଙ୍କୁ ଅଗଷ୍ଟ ୧୩ ରୁ ୧୫ ମଧ୍ୟରେ ସେମାନଙ୍କ ଘର ଏବଂ କର୍ମକ୍ଷେତ୍ରରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଉତ୍ସାହିତ କରାଯାଉଛି । ଏହି ବର୍ଷର ଅଭିଯାନରେ “ସ୍ୱଚ୍ଛତା ହିଁ ସେବା” ପ୍ରୟାସ ଅନ୍ତର୍ଗତ ସ୍ୱଚ୍ଛତା ଉପରେ ଦୃଢ଼ ଗୁରୁତ୍ୱ ଦିଆଯାଇଛି, ଯାହା ଜାତୀୟ ଗର୍ବ ଏବଂ ନାଗରିକ ଦାୟିତ୍ୱ ଉଭୟକୁ ପ୍ରୋତ୍ସାହିତ କରିବ । ଆଜି ଦିଲ୍ଲୀରେ “ମାନ୍ୟବର ସାଂସଦମାନଙ୍କ ସହିତ ହର ଘର ତିରଙ୍ଗା ବାଇକ୍ ଶୋଭାଯାତ୍ରା”ର ଏକ ମହାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସଫଳ ପ୍ରଧାନମନ୍ତ୍ରୀ ଶ୍ରୀ @narendramodiଙ୍କ ଚିନ୍ତାଧାରା ଦ୍ୱାରା କଳ୍ପନା କରାଯାଇଥିବା ଏହି ଅଭିଯାନ ଭଳି ମହୋତ୍ସବର ଗୁରୁତ୍ୱ ସମ୍ପର୍କରେ ମଂଚରୁ ବୁଝାଇ ସେ ନିଜେ ମଧ୍ୟ ବାଇକ୍ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ । ଏଥର, ଅପରେସନ୍ ସିନ୍ଦୂରର ଅତୁଳନୀୟ ସଫଳତା ଯୋଗୁଁ, ଦେଶ… pic.twitter.com/vQRMa3wk2Lଗଜେନ୍ଦ୍ର ସିଂହ ଶେଖାୱତ (@gssjodhpur) ଅଗଷ୍ଟ ୧୨, ୨୦୨୫

jittmm
Leave A Reply

Your email address will not be published.