ନାବାଳିକାକୁ ଗର୍ଭବତୀ କରି ଯୁବକ ଗିରଫ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅଞ୍ଚଳର ଏକ ୧୫ ବର୍ଷର ନାବାଳିକାକୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସହ ୧ ମାସର ଗର୍ଭବତୀ ପରେ ପ୍ରତାରଣା ଦେବାରୁ ମଙ୍ଗଳବାର ଯୁବକକୁ ଜେଲ ହାଜତକୁ ପଠାଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଜି.ଉଦୟଗିରି ଥାନା ଅନ୍ତର୍ଗତ କିରାମାହା ଗ୍ରାମର ପିଙ୍କୁ ଓରଫ ପରାଗ ପ୍ରଧାନ (୧୯) ଉକ୍ତ ନାବାଳିକା ଝିଅକୁ ସେଠାରେ ଦେଖି ପ୍ରେମ ଜାଲରେ ଫସାଇ ବିବାହ କରିବି କହି ଶାରୀରିକ ସମ୍ପର୍କ ରଖୁଥିଲା କିନ୍ତୁ ପରେ ମନା କରିଥିବାରୁ ଝିଅ ଘର ପରିବାର ପକ୍ଷରୁ କ.ନୂଆଗାଁ ଥାନାରେ ଏତଲା ଦେଇଥିଲେ । । ଏତଲା କୁ ଭିର୍ତ୍ତି କରି ତଦନ୍ତ କାରୀ ଅଧିକାରୀ ଦମୟନ୍ତୀ ବେହେରା ତଦନ୍ତ ଭାର ଗ୍ରହଣ କରି ଏ ସଂକ୍ରାନ୍ତରେ ଧାରା ୬୪ (୨) (ଏମ)/୬୫(୧) ବିଏନଏସ ଏବଂ ଆରଡବ୍ଲୁଏସ ୬ ପୋକ୍ସ ଆକ୍ଟରେ ଥାନା କେସ ନଂ.୧୨୮/୨୫ ରେ ଏକ ମାମଲା ରୁଜୁ କରି ଆସାମୀ ପିଙ୍କୁକୁ କିରାମାହା ଗ୍ରାମରୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଅଶୋକ କୁମାର ହାଁସଦଃ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.