ଅମଲାସଂଘର ଧାରଣା ତୃତୀୟ ଦିନରେ ପହଞ୍ଚିଲା : ସରକାରୀ ଫାଇଲ୍ କାର୍ଯ୍ୟ ଠପ୍, ଜନଅସନ୍ତୋଷ ବୃଦ୍ଧି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ରାଜସ୍ୱ ଅମଲା ସଂଘର ନିର୍ଦ୍ଧେଶ କ୍ରମେ ଗତ ସୋମବାରଠାରୁ ସରକାରୀ କର୍ମଚାରୀ, କନିଷ୍ଠ କିରାଣୀ, ବରିଷ୍ଠ କିରାଣୀ, ଅଫିସରମାନେ ସମୂହ ଛୁଟି କାଟି ରାଜ୍ୟର ବିଭିନ୍ନ ସଦର ମହକୁମାରେ ଧାରଣାରେ ବସିଛନ୍ତି । ସମ୍ପ୍ରତି ରାଜ୍ୟର ଏକମାତ୍ର ବୃହତ୍ତମ ଜିଲ୍ଲା ସଦରମହକୁମା ଛତ୍ରପୁର ଦାପ୍ତରାଞ୍ଚଳ ତଥା ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅମଲାସଂଘ ପକ୍ଷରୁ ଧାରଣାରେ ବସି, ବିକ୍ଷୋଭ ପ୍ରଦର୍ଶନ ଚାଲିଛି । ରାଜ୍ୟସରକାରଙ୍କ ବିଫଳତା, ଟାଳଟୁଳନୀତିରେ ଅମଲାସଂଘ କଟୁ ସମାଲୋଚନା କରିଛନ୍ତି । ସରକାରଙ୍କୁ ବାରମ୍ବାର ଅଭିଯୋଗ କଲା ପରେ ବି କୌଣସି ସୁଫଳ ନହେବା, ବାରମ୍ବାର ପ୍ରତିଶ୍ରୁତି ଦେଇ ଅମଲାଶ୍ରେଣୀଙ୍କୁ ଭଣ୍ଡାମୀ ପ୍ରଦର୍ଶନ କରିବା ନେଇ ଏହାକୁ ଦୃଢ଼ ବିରୋଧ କରାଯାଇଛି । ବହୁବାର ଦାବିପତ୍ର ଦେଇଥିଲେ ସୁଦ୍ଧା କୌଣସି ଫଳପ୍ରଦ ନ ହେବା ଅତ୍ୟନ୍ତ ପରିତାପର ବିଷୟ ବୋଲି ପ୍ରକାଶ କରାଯାଇଛି । ତେଣୁ ବର୍ତ୍ତମାନ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତୁ ଅମଲା ସଂଘ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ସର୍ବୋପରି ବୃହତ୍ତମ ଗଞ୍ଜାମ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣର ଜନସାଧାରଣଙ୍କ ବିଭିନ୍ନ ସରକାରୀ କାର୍ଯ୍ୟରେ ଫାଇଲ କାମ ଅଟକି ରହି ଯିବା ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ସରକାରୀ କାର୍ଯ୍ୟ, ଫାଇଲ୍ କର୍ଯ୍ୟଅଟକି ଯିବା ନେଇ ସମସ୍ତ କାର୍ଯ୍ୟ ଠପ୍ ହୋଇଯାଇଛି, ଏଣେ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ପ୍ରକାଶ ଥାଉକି, ଗଞ୍ଜାମ ଜିଲ୍ଲାର ୬୦୦ ରୁ ଉର୍ଦ୍ଧ ଅମଲା ସଂଘର ସଦସ୍ୟମାନେ ପୂର୍ବରୁ ଅଭିଯୋଗ କରିଥିଲେ କିନ୍ତୁ ରାଜ୍ୟସରକାର ଆଶ୍ଵାସନା ଦେଇଆସିଥିବା ଛଡ଼ା ଅନ୍ୟ କୌଣସି କାର୍ୟ୍ୟରେ ସୁଫଳତା ପାଇନାହାନ୍ତି ପୂର୍ବେ ସଂଗଠିତ ଆନ୍ଦୋଳନରୁ ଓହରିଯିବାକୁ କହିଆସିଥିଲେ । କିନ୍ତୁ ଏଯାବତ କୌଣସି ଦାବି ପୂରଣ କରିନାହାଁନ୍ତି । ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ରାଜସ୍ୱଅମଲା ସଂଘ । ଦାବି ପୂରଣ ନ ହେବାରୁ ସୋମବାରଠାରୁ ଅନର୍ଦ୍ଧିିଷ୍ଟ କାଳ ଯାଏ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଏନେଇ ସଂଘ କର୍ମଚାରୀ ସମୁହ ଛୁଟିରେ ରହିଛନ୍ତି । ଦାବି ପୂରଣ ନେଇ ପୂର୍ବରୁ ବହୁବାର ସରକାରଙ୍କୁ ଅବଗତ କରାଯାଇଥିଲେ ବି କୌଣସି ସୁଫଳ ନ ହେବାରୁ ଗଞ୍ଜାମ ଜିଲ୍ଲାର ସମସ୍ତ ଅମଳା ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଜିଲ୍ଲାରେ ପ୍ରାୟ ୬ଶହରୁ ଊର୍ଦ୍ଧ୍ୱ ଅମଳା ବିଭିନ୍ନ ସରକାରୀ ଅଫିସରେ କାର୍ଯ୍ୟରତ ଅଛନ୍ତି । ସେମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ । ଅନ୍ୟପକ୍ଷେ ଆନ୍ଦୋଳନ ଯୋଗୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବେ ଖାଁ ଖାଁ ଲାଗୁଛି । ଦାବି ମୁତାବକ, ମୂଳ ଦରମା ଓଆରଏସପି- ୨୦୧୭ ନିୟମ ଅନୁଯାଇ ଲେବେଲ- ୯କୁ ବୃଦ୍ଧି କରିବା । ନୂତନ ପଦବୀ ସୃଷ୍ଟି କରିବା ଏବଂ ପଦବୀ ପୁନଃଗଠନ କରିବା, ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ଲାଗୁ କରିବା, ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେକୌଣସି ଜଣେ ସଦସ୍ୟଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ପ୍ରଦାନ କରିବା , ଓଡ଼ିଶା ରାଜସ୍ୱ ସେବା ପଦ୍ଧତିରେ ରାଜସ୍ୱ ଅମଲାଙ୍କୁ ଶତପ୍ରତିଶୃତ ପଦୋନ୍ନତି । ନୂତନ ପେନସନ ଯୋଜନାକୁ ରଦ୍ଦ କରି ସମସ୍ତ ସରକାରୀ କର୍ମଚାରୀଙ୍କୁ ପୂରାତନ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଦାବି କରାଯାଇଛି ।

jittmm
Leave A Reply

Your email address will not be published.