ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଯମୁନା କନ୍ଧୁଣୀ ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ହସ୍ତୀ ଦିବସ ପାଳିତ ହୋଇଯାଇଛି । ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ନନ୍ଦଳାଲ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଚେତନତା ସଭାରେ ବନାଞ୍ଚଳ ଅଧିକାରୀ ହୃଦାନନ୍ଦ ମିଶ୍ର ମୁଖ୍ୟ ଅତିଥି, ଗିରିଧାରୀ ପୁରୋହିତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଅବୈତନିକ ବନ୍ୟଜନ୍ତୁ ସଂରକ୍ଷକ ତଥା ଜିଲ୍ଲା ପରିବେଶ ସୁରକ୍ଷା ମଂଚର ସହ ସମ୍ପାଦକ ବିଭୂତି ଭୂଷଣ ମୁଣ୍ଡ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସୃଷ୍ଟିରେ ଗଜରାଜଙ୍କ ଭୂମିକା ତଥା ଜଙ୍ଗଲ ଓ ପରିବେଶ ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ବନାଞ୍ଚଳ ଅଧିକାରୀ ଶ୍ରୀ ମିଶ୍ର ହାତୀ ଓ ମଣିଷର ଲଢେଇ ବିଷୟରେ କହି ସରକାରଙ୍କ ବିଭିନ୍ନ ଦିଗରେ ସହାୟତା ତଥା ବନବିଭାଗ ପକ୍ଷରୁ ଅନେକ ପ୍ରକାର କାର୍ଯ୍ୟ ଦକ୍ଷତା ମାନବ ସମାଜକୁ ସଚେତନ କରି ବହୁମୂଲ୍ୟ ବନ୍ୟଜନ୍ତୁଙ୍କ ଉପସ୍ଥିତି ସୃଷ୍ଠିପାଇଁ କେତେଯେ ଉପକାରୀ ତାରି ଉପରେ ଆଲୋକପାତ କରିଥିଲେ । ପ୍ରକୃତିବନ୍ଧୁ ନନ୍ଦଲାଲ ନାୟକ ତାଙ୍କ ଅଭିଭାଷଣରେ ବୃକ୍ଷ ଓ ବନ୍ୟପ୍ରାଣୀ ମଣିଷ ପାଇଁ କେତେ ଦରକାରୀ ସେ ବିଷୟରେ ଆଲୋଚନା କରିଥିଲେ । ଏହି ପରିପ୍ରେଖିରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ଲେଖନୀ ମାଧ୍ୟମରେ ପ୍ରତିଯୋଗିତା ହୋଇଥିଲା । କୃତି ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ପ୍ରଶଂସା ପତ୍ର ମାଧ୍ୟମରେ ଉତ୍ସାହିତ କରା ଯାଇଥିଲା । ସଭାରେ ବାନପଲ ରମେଶ ପ୍ରଧାନ, ଦିବାକର ପ୍ରଧାନ, ରଜନୀକାନ୍ତ ବଢେଇ, ବନରକ୍ଷୀ ବସନ୍ତ ବାଗ, ନାଥ ବର୍ଲା ଓ ଗଜସାଥୀ ପ୍ରମୁଖ ଯୋଗ ଦେଇଥିଲେ । ସ୍କୁଲର ଅନ୍ୟତମ ଶିକ୍ଷକ ସବାକ ସେଠ୍, ଅନିମା ରାଉତ, ରଞ୍ଜିତା ସାହୁ, ଅନିତା ପାଣିଗ୍ରାହୀ ଓ ନମିତା ସାହୁ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିବା ବେଲେ ହିନ୍ଦୀ ଶିକ୍ଷୟତ୍ରୀ ଉଷା ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।