ବୁଢ଼ାରଜା ମନ୍ଦିରରେ ବୁଲୁଛି ଭାଲୁ : ଭୟଭୀତ ଲୋକେ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଘାଟିରେ ଥିବା ବୁଢ଼ାରଜା ମନ୍ଦିରରେ ଭାଲୁ ବୁଲୁଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଭୟଭୀତ ହୋଇପଡିଛନ୍ତି ଲୋକ । ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଏକ ଭାଲୁ ବିଚରଣ କରୁଥିବା ଦେଖିବାକୁ ମିଳିଥିଲା । ସାହାଜଖୋଲ ଜଙ୍ଗଲରୁ ଏହି ଭାଲୁଟି ମନ୍ଦିରକୁ ଖାଦ୍ୟ ଅନ୍ୱେଷଣରେ ଅନେକ ସମୟରେ ପୂର୍ବରୁ ମଧ୍ୟ ଆସୁଥିଲା । ଭାଲୁ କିଛି ସମୟ ରହିବା ପରେ ପୁଣି ନିକଟସ୍ଥ ଜଙ୍ଗଲକୁ ଫେରି ଯାଇଥିବା ସୂଚନା ମିଳିଛି । ତେବେ ଜଙ୍ଗଲ ପଦା ହେଉଥିବାରୁ ଖାଦ୍ୟ ଅନ୍ୱେଷଣ ପାଇଁ ଗାଁ ମୁହାଁ ହେଉଛନ୍ତି ଭାଲୁ । ହଠାତ ଭାଲୁ ଚାଲି ଆସୁଥିବା ବେଳେ ଅଘଟଣ ଘଟିବାର ମଧ୍ୟ ସମ୍ଭାବନା ରହିଛି । ତେଣୁ ଗାଁ ଭିତରେ ଭାଲୁର ପ୍ରବେଶକୁ ରୋକ ଲଗାଇବା ଦିଗରେ ବନ ବିଭାଗକୁ ଦୃଷ୍ଟି ଦେବା ଆବଶ୍ୟକ ।

jittmm
Leave A Reply

Your email address will not be published.