ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରେ ଭିଡିଓ ଭାଇରାଲ କରିଥିବା ଜେଲ ଫେରନ୍ତା ବଳତ୍କାରୀ ଯୁବକଙ୍କୁ ପୋଲିସ ଗିରଫ କରିଛି । ତାକୁ ଗୁଜୁରାଟର ରାଜକୋଟରୁ ଉଠାଇ ଆଣିଲା ଦେଓଗାଁ ପୋଲିସ । ଗିରଫ ଅଭିଯୁକ୍ତ ଦେଓଗାଁ ଥାନା ଉପରଝର ଗାଁର ଆକାଶ ବିଶାଳ ବୋଲି ଜଣାପଡ଼ିଛି । ଅଭିଯୁକ୍ତ ଜଣଙ୍କ ଦେଓଗାଁ ଥାନା ଉପରଝରଗାଁର ଜଣେ ଯୁବତୀଙ୍କୁ ବଳାତ୍କାର ପରେ ଭିଡ଼ିଓ ଭାଇରାଲା କରିଥିଲା । ପୂର୍ବରୁ ମଧ୍ୟ କଳାହାଣ୍ଡି ଜିଲ୍ଲା ରାମପୁର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅସଦାଚରଣ କରି ଜେଲ ଯାଇଥିଲା ଏବେ ନିଜ ଗାଁର ଜଣେ ଯୁବତୀଙ୍କ ସହ ସମ୍ପର୍କ ରଖି ଭିଡ଼ିଓ ଭାଇରାଲ କରିଥିଲା । ତେବେ ଦେଓଗାଁ ପୋଲିସ ଗିରଫ କରି ଅଭିଯୁକ୍ତଚୁ ମେଡିକାଲ ଟେଷ୍ଟ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ଛି । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଜେଲ ଯାଇଥିବା ଦେଓଗାଁ ଥାନା ଅଧିକାରୀ ବୁଲୁମୁଣ୍ଡା ସୂଚନା ଦେଇଛନ୍ତି ।

Next Post